ଟ୍ରେନ ଭିତରେ ଯାତ୍ରୀଙ୍କଠୁ ଲୁଟୁ ଥିଲେ ଦୁଇ ଲୁଟେରା, ଧରିଲା ଆର୍‌ପିଏଫ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆପଣ ଟ୍ରେନରେ ରାତ୍ରି ସମୟରେ ଯାତ୍ରା କରୁଛନ୍ତି କି ? ଯଦି କରୁଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ । ରାତିରେ ଟ୍ରେନରେ ମାତିଛନ୍ତି ଲୁଟେରା । କେତେବେଳେ ଜୋରଜବରଦସ୍ତ ଯାତ୍ରୀଙ୍କଠାରୁ ଲୁଟୁଛନ୍ତି ତ ଆଉ କେତେ ବେଳେ ଯାତ୍ରୀଙ୍କଠାରୁ କରୁଛନ୍ତି ପକେଟ ମାର୍‌ । ଗତ ରାତି ଏପରି ଏକ ଘଟଣା ଘଟିଥିବା ଖବର ମିଳିଛି । ସୂଚନା ଅନୁସାରେ ଜଗଦଲପୁର-ରାଉଲକେଲା ଟ୍ରେନଟି ବଲାଙ୍ଗିରରେ ରାତି ପ୍ରାୟ ୧ଟାରେ ଅଟକିଥିଲା । ବଲାଙ୍ଗିରରୁ ଯେମେତି ଟ୍ରେନଟି ଛାଡ଼ିଲା ଲୁଟେରାମାନେ ଲୁଟ୍‌ କରିବା ପାଇଁ ଫିଟ୍ ହୋଇଗଲେ । ଅଳ୍ପ ବାଟ ମଧ୍ୟରେ ଜଣେ ଯାତ୍ରୀଙ୍କଠୁ ପଇସା ଲୁଟ୍‌ କରୁଥିବା ବେଳେ ସଙ୍ଗେ ସଙ୍ଗେ ରେଳବାଇ ସୁରକ୍ଷା ବଳ ପହଞ୍ଚି, ୨ ଜଣ ଲୁଟେରାଙ୍କୁ ଉତ୍ତମ ମଧ୍ୟମ ଦେଇଥିଲେ ଓ ଗିରଫ କରିଥିଲେ ।

Comments are closed, but trackbacks and pingbacks are open.

error: Content is protected !!