csstore

ଆଦିବାସୀ ମେଳାରେ ସମ୍ମାନିତ ସୁଦାମ ବିଶିଙ୍କୁ କଳାକାରଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ

ଦେଓଗାଁ, (ମନୀଷ କୁମାର ସାହୁ) : ରାଜ୍ୟ ସରକାରଙ୍କ ଆଦିବାସୀ ଓ ହରିଜନ କଲ୍ୟାଣ ବିଭାଗ ତରଫରୁ ଗତ ବୁଧବାର ଦିନ ଅନୁଷ୍ଠିତ ହୋଇଥିବା ଆଦିବାସୀ ମେଳାର ଉଦ୍‌ଯାପନୀ ଉତ୍ସବରେ ଆଦିବାସୀ ଲୋକନାଚ ଓ ଗୀତ ପାଇଁ ସମ୍ମାନିତ ହୋଇଥିବା ଆଦିବାସୀ ଅଞ୍ଚଳର ଯୁବ ଲୋକ କଳାକାର ତଥା ଦେଓଗାଁ ବ୍ଲକ କଳାକାର ସଂଘର ଉପସଭାପତି ସୁଦାମ ବିଶି ସମ୍ମାନିତ ହୋଇ ଗୃହ ପ୍ରତ୍ୟାବର୍ତ୍ତନ ସମୟରେ ଦେଓଗାଁ ବ୍ଲକର ଆଦିବାସୀ କଲ୍ୟାଣ ସଂଘ ଓ ଦେଓଗାଁ ବ୍ଲକ କଳାକାର ସଂଘର ଶତାଧିକ ସଦସ୍ୟ ଗଣ୍ଡାବଜା, ନଚନିଆଁ, ସଂକୀର୍ତ୍ତନ୍ୟ, କରମସାନୀ ମାଧ୍ୟମରେ ପାଛୋଟି ନେଇ ସମ୍ବର୍ଦ୍ଧନା ଦେଇଥିଲେ । ଏଥିରେ ଆଦିବାସୀ ସଂଘର ସଭାପତି ସୁରଥ ଧରୁଆ, ଦାସରଥୀ ଭୋଇ, ସୁବାଷ ଭୋଇ, ଇଶ୍ୱର ଧରୁଆ, ଡ଼ମ୍ବରୁ ଧରୁଆ, ମଦନ ବରିହା ଏବଂ ବ୍ଲକ କଳାକାର ସଂଘର ବିଭୂ ରଣା, ଶ୍ରୀବତ୍ସ ସାହୁ, ଧରଣୀଧର ନାୟକ, ଗୌର ସାହୁ ସମେତ ଶତାଧିକ କଳାକାର ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.