oom

ଡେଲାଙ୍ଗ ବ୍ଲକସ୍ତରୀୟ ପରାର୍ମଶ ଶିବିର

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସହାୟତାରେ ଜିଲ୍ଲା ପ୍ରଶାସନ, ଜିଲ୍ଲା କର୍ମ ନିୟୋଜନ, ପୁରୀ ଆନୁକୂଲ୍ୟରେ ସୋମବାର ଡେଲାଙ୍ଗ ବ୍ଲକ୍ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ବ୍ଲକସ୍ତରୀୟ ପରାର୍ମଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପରାର୍ମଶ ଶିବିର କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ମଣ୍ଡଳ ଉନ୍ନୟନ ଅଧିକାରୀ ଲାବନେନ୍ଦୁ ମହାନ୍ତି, ପୁରୀ ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ପ୍ରଭାତ କୁମାର ବସ୍ତି, ବିଏଲସି (ଓଏଲ୍‌ଏମ୍‌) ଅନଙ୍ଗ ସେନ ତାଡ ପ୍ରମୁଖ ଯୋଗଦେଇ ଶିବିରାର୍ଥୀମାନଙ୍କୁ ଉତ୍ସାହିତ କରିବା ସହ ସରକାରୀ ପଲିଟେକିନିକ୍ ଓ ଆଇଟିଆଇ ମାଧ୍ୟମରେ ନିଯୁକ୍ତି/ଆତ୍ମ ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ ଓ ବିଭିନ୍ନ ତ୍ରେଦ ଏବଂ ସରକାରୀ ସୁବିଧା ସୁଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଶିବିରରେ ୧୧୮ ଜଣ ଶିକ୍ଷାର୍ଥୀ ନାମ ପଞ୍ଜିକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ପୁରୁଷ ୨୩ ଜଣ ଓ ମହିଳା ୯୫ ଜଣ ଆବେଦନ କରିଥିଲେ । ସିଆଇପିଇଟି, ସାହି ଏକ୍ସପର୍ଟ, ଷ୍ଟର୍ଲିଙ୍ଗ୍ ହଲିଡେ ରିସୋର୍ଟ ପ୍ରା.ଲି, ସରକାରୀ ପଲିଟେକନିକ୍, ପୁରୀ, ଆଇଟିଆଇ ପୁରୀ, କୃଷ୍ଣ ପ୍ରସାଦ ଆଇଟିଆଇ ପ୍ରମୁଖ ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥାର ପ୍ରତିନିଧିଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଶେଷରେ ଅଧ୍ୟକ୍ଷା ବାସନ୍ତୀ ସାହୁ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.