ଚଳିତ ଶିକ୍ଷାବର୍ଷର ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଚଳିତ ଶିକ୍ଷା ବର୍ଷର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାର, ଚଳିତ ଶିକ୍ଷାବର୍ଷର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଦୀକ୍ଷାନ୍ତ ଉତ୍ସବ ତଥା ସତ୍ୟନାରାୟଣ ପୂଜା ଅନୁଷ୍ଠିତ ହୋଇଯାଇଛି । ଦଶମ ଶ୍ରେଣୀ ପରୀକ୍ଷାରେ କିପରି ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟର ନାମ ରଖିବେ ସେଥିପାଇଁ ପ୍ରଭୁ ସତ୍ୟନାରାୟଣଙ୍କ ପାଖରୁ ଆଶୀର୍ବାଦ ଭିକ୍ଷା କରାଯାଇଥିଲା ।

ଦୀକ୍ଷାନ୍ତ ଉତ୍ସବରେ ପ୍ରଧାନ ଆଚାର୍ଯ୍ୟ ସନାତନ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ସହ ପ୍ରଧାନ ଆଚାର୍ଯ୍ୟ ବିଭୂତି ଭୂଷଣ ପଣ୍ଡା ଉଦ୍ଦେଶ୍ୟ କଥନ କରିଥିଲେ । ପରିଚାଳନା ସମିତି ସଭାପତି ବିମଳ ଚରଣ ହୋତା ଛାତ୍ରଛାତ୍ରୀଙ୍କୁ ଆଶୀର୍ବଚନ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ । ଦଶମ ଶ୍ରେଣୀର ଶ୍ରେଣୀ ଆଚାର୍ଯ୍ୟା ସଙ୍ଗୀତା ସାହୁ ମଧ୍ୟ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ ।

Leave A Reply

Your email address will not be published.