ଜଙ୍ଗଲରେ ନିଆଁ ଲଗାଇଲା ଦୁର୍ବୃତ୍ତ, ଲିଭାଇଲା ଦମକଳ ବାହିନୀ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ମହୁଲବାହାଲି ନିକଟରେ ଥିବା ଜଙ୍ଗଲରେ କେହି ଜଣେ ନିଆଁ ଲଗାଇ ଦେଇଥିବା ଜଣାପଡିଛି । ଫଳରେ ରେଲ୍ ଲାଇନଠାରୁ ଆରମ୍ଭ କରି କଣ୍ଟାବାଞ୍ଜିରୁ ତୁରେକେଲା ଯିବା ରାସ୍ତା ପର୍ଯ୍ୟନ୍ତ ହୁହୁ ହୋଇ ନିଆଁ ଜଳି ଉଠିଥିଲା । ଚାଉଲସୁଖା ଗ୍ରାମ ପଞ୍ଚାୟତ ସରପଞ୍ଚ ଛାୟାବତି ମେହେରଙ୍କ ପୁଅ ତୁରେକେଲା ବ୍ଲକରୁ ନିଜ ଘରକୁ ଫେରୁଥିବା ସମୟରେ ରାସ୍ତା କଡ଼ରେ ଭୟଙ୍କର ନିଆଁ ଜଳୁଥିବା ଦେଖି କଣ୍ଟାବାଞ୍ଜି ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ଖବର ପାଇ ତୁରନ୍ତ ଅଗ୍ନିଶମ କର୍ମଚାରୀ ବୃନ୍ଦ ଚୈତନ୍ୟ ମହାରଣା, ଅମରିଶ୍ ପଣ୍ଡା, ପୁରନ୍ଦର ବିଶ୍ୱାଲ, ଜନ୍ମେଜୟ ସାହୁ, ମିନିକେତନ ଭୋଇ ପ୍ରମୁଖ ଉପସ୍ଥିତ ରହି ନିଆଁ ଲିଭାଇ ଥିଲେ । ତେବେ ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ସରକାର ଯେତେ ସଚେତନ କରିଥିଲେ ମଧ୍ୟ ଲୋକେ ସଚେତନ ହୋଇ ପାରୁନାହାନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.