oom

ପାଟଣାଗଡ଼ ଡାକଘର ସମ୍ମୁଖରୁ ଚୋରି ହୋଇଥିବା ବାଇକ ଉଦ୍ଧାର କଲା ପାଟଣାଗଡ଼ ପୋଲିସ

jsmm

ପାଟଣାଗଡ଼, (ସଦାଶିବ ସରାଫ୍‌) : ପାଟଣାଗଡ଼ ଡାକଘର ସମ୍ମୁଖରୁ ଚୋରି ହୋଇଥିବା ବାଇକ ଉଦ୍ଧାର କଲା ପାଟଣାଗଡ଼ ପୋଲିସ । ସୂଚନା ଅନୁସାରେ ଗତ ୨୨ ତାରିଖରେ ପାଟଣାଗଡ଼ ଡାକଘର ସମ୍ମୁଖରୁ ଏକ ହିରୋ ସ୍ପେଲେଣ୍ଡର(ଓଡି୦୩ଏମ୍‌୦୩୪୩) ଚୋରି ହୋଇଥିବା ନେଇ ପାଟଣାଗଡ଼ ଥାନାରେ ଗାଡିର ମାଲିକ ପ୍ରଦୀପ ପୁରୋହିତ ଲିଖିତ ଅଭିଯୋଗ କରିଥିଲେ । ପାଟଣାଗଡ଼ ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ଉକ୍ତ ବାଇକଟି ବେଲପଡା ଥାନା ଅନ୍ତର୍ଗତ ବୁଡେକପଡ଼ାରେ ଥିବା ଜାଣିପାରି ପାଟଣାଗଡ଼ ଥାନାର ସେକେଣ୍ଡ ଅଫିସର ବ୍ରଜ ପଣ୍ଡା ବୁଡେକପଡ଼ାର ଆଶିଷ ବୁଡେକଙ୍କୁ ଧରି ପାଟଣାଗଡ଼ ଥାନାକୁ ଆଣି ଅଧିକ ପଚରାଉଚରା କରି ଚୋରି ହୋଇଥିବା ବାଇକକୁ ଉଦ୍ଧାର କରିଥିଲେ । ଆସାମୀ ବିରୁଦ୍ଧରେ ଏକ ମକଦ୍ଦମା ରୁଜୁ କରି ଭାରତୀୟ ପିଙ୍ଗଲ କୋର୍ଟର ୩୭୯ ଧାରା ଅନୁସାରେ ଆଜି ପାଟଣାଗଡ଼ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଅନନ୍ତ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.