oom

ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ

jsmm

ଭୋଗରାଇ : (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଦହମୁଣ୍ଡା ଗ୍ରାମର ହରେନ୍ଦ୍ର ନାଥ ଦାସ ବେବର୍ତ୍ତାଙ୍କ ବାର୍ଦ୍ଧକ୍ଯ ଜନିତ ଗତ ମଙ୍ଗଳବାର ରାତ୍ରୀରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲା । ସ୍ୱର୍ଗତଃ ବେବର୍ତ୍ତା ଜଣେ ମିଷ୍ଠଭାଷୀ, ପରୋପକାରୀ, ମେଳାପୀ ତଥା ସମାଜସେବୀ ହିସାବରେ ଖୁବ ସୁପରିଚିତ ବ୍ୟକ୍ତି ଥିଲେ । ବିଭିନ୍ନ ଢକ ଢମାଳି ସାଙ୍ଗକୁ ନୀତିବାଣୀରେ ସେ ଖୁବ ନିପୁଣ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଭୋଗରାଇ ବିଧାୟକ ତଥା ବାଲେଶ୍ବର ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଅନନ୍ତ ଦାସ, ଉତ୍ତର ଓଡ଼ିଶା ସଂସ୍କରଣ ପ୍ରମେୟର ମୁଖ୍ୟ ସତ୍ୟଶିବ ଦାସ, ପଞ୍ଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁରାଣୀ ବେହେରା, ସରପଞ୍ଚ ଦିବ୍ୟେନ୍ଦୁ ବିକାଶ ପାତ୍ର, ନାଏବ ସରପଞ୍ଚ ସୁମିତ୍ରା ରାଉଳ, ପଞ୍ଚାୟତ ବିଜୁଜନତା ଦଳର ସଭାପତି କେଶବ ଚନ୍ଦ୍ର ପାଳ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ହେମନ୍ତ ବେହେରା, ଆଇନଜୀବୀ ରାଜକିଶୋର ଜେନା , ସମାଜସେବୀ ମୁରଲୀ ମୋହନ ପଟ୍ଟନାୟକ ପ୍ରମୁଖ ତାଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିବା ସହିତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ମୃତ୍ଯୁ ଶଯ୍ୟା ନିକଟରେ ତାଙ୍କର ପୁତୁରା , ଆତ୍ମୀୟ ସ୍ୱଜନ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ । ସୁବର୍ଣ୍ଣରେଖା ନଦୀ ତଟରେ ଅନ୍ତିମ ସଂସ୍କାର କରାଯାଇଛି ।

jittmm
Leave A Reply

Your email address will not be published.