csstore

ସ୍ବେଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁ ତରଫରୁ ଶୀତ ବସ୍ତ୍ର ବଣ୍ଟନ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ କାର୍ତ୍ତିକ ମାସ ଶେଷ ସପ୍ତାହ ଆରମ୍ଭରୁ ପ୍ରବଳ ଶୀତ ଅନୁଭୂତ ହେଉଛି । ଜଙ୍ଗଲ ପାହାଡ଼ ଅଞ୍ଚଳରେ ଏହି ଶୀତର ପ୍ରକୋପ ଆହୁରି ଅଧିକ ପରିଲକ୍ଷିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁ ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶୀତ ବସ୍ତ୍ର ବଣ୍ଟନ କରାଯାଉଛି । ଏହି କ୍ରମରେ ଆଜି ବରଗଡ଼ ଜିଲ୍ଲାର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ଅମ୍ବାଭୋନା ବ୍ଲକ ଡୁଙ୍ଗରି ନିକଟସ୍ଥ ତାମଦେଇ ଗ୍ରାମରେ କମ୍ବଳ ବଣ୍ଟନ କରାଯାଇଥିଲା । ଉକ୍ତ ଗ୍ରାମକୁ ବର୍ତ୍ତମାନ ପର୍ଯ୍ୟନ୍ତ ଭଲ ରାସ୍ତା ଟିଏ ନାହିଁ, ହେଲେ ସନ୍ଧ୍ୟା ହେବା ମାତ୍ରେ ମହାନଦୀ କୂଳରେ ଥିବା ଯୋଗୁଁ ଏଠାରେ ପ୍ରବଳ ଶୀତ ଅନୁଭୂତ ହେଉଛି । ସ୍ବେଚ୍ଛାସେବୀ ସଙ୍ଗଠନ ବଦାନ୍ୟ ବନ୍ଧୁ ତରଫରୁ ତାମଦେଇ ଗ୍ରାମର ସମସ୍ତ ଗ୍ରାମବାସୀମାନଙ୍କୁ ଉନ୍ନତ ଧରଣର କମ୍ବଳ ପ୍ରଦାନ କରାଥିବାରୁ ଗ୍ରାମବାସୀ ମାନେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି କମ୍ବଳ ବଣ୍ଟନ ଅବସରରେ ବଦାନ୍ୟ ବନ୍ଧୁର ମୁଖ୍ୟ ସୁବ୍ରତ କୁମାର ବିର୍ତ୍ତିଆଙ୍କ ସହିତ ବଦ୍ରି ପ୍ରସାଦ ସାହୁ କମଳାକାନ୍ତ ପ୍ରଧାନ, ହରିସ ଭୋଇ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.