
ଟିଟିଲାଗଡ, (କେପିଏନ୍ଏସ୍) : ଟିଟିଲାଗଡ ମାଟିର ଗର୍ବ ଓ ଗୌରବ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କୁ ଗତକାଲି ଟିଟିଲାଗଡ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ଭବ୍ୟ ସ୍ଵାଗତ ଜଣାଇବା ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ମା’ ଘଣ୍ଟାଶୁଣି ସିଟିଜେନ ଫୋରମର ଆବାହକ ତଥା ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସଙ୍କ ନେତୃତ୍ୱରେ ହାଟପଦାପଡ଼ାର ବହୁ ଜନସାଧାରଣ ଏକଜୁଟ ହୋଇ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ।
ସୂଚନା ଯୋଗ୍ୟଯେ, ଟିଟିଲାଗଡ ହାଟପଦାପଡ଼ାରେ ଏକ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ ନିର୍ମାଣ କରିବା ପାଇଁ ପଡାବାସୀ ମୁଖ୍ୟ ଶାସନ ସଚିବ ଥିବା ବେଳେ ଶ୍ରୀ ତ୍ରିପାଠୀଙ୍କୁ ଦାବୀ କରିଥିଲେ । ଏହାକୁ ଆଖି ଆଗରେ ରଖି ପଶ୍ଚିମ ଓଡିଶା ବିକାଶ ପାଣ୍ଠିରୁ ୪ କୋଟି ୧୮ ଲକ୍ଷ ୪୭ ହଜାର ୪୨୩ ଟଙ୍କା ଅନୁଦାନ ମଞ୍ଜୁର କରିଥିବାରୁ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଦାବୀ କରିବା ସହ ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଏବଂ ଟିଟିଲାଗଡ ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ବିଷୟରେ ଅବଗତ କରାଇ କିଛି ଡାକ୍ତରଙ୍କୁ ନିଯୁକ୍ତ କରିବାକୁ ଦାବୀ କରିଥିଲେ ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସ । ଏହି ସମ୍ବର୍ଦ୍ଧନା ସଭାରେ ଡବ୍ଲୁଓଡିସିର ସିଇଓ ଅଜିତ ମିଶ୍ର, ଟିଟିଲାଗଡ ଉପଜିଲ୍ଲାପାଳ ଦୟାମୟ ପାଢୀ, ଟିଟିଲାଗଡ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ପୌର ନିର୍ବାହୀ ଅଧିକାରୀ ବିପିନ ଦୀପ, ଅଞ୍ଜଳି ବେହେରା, ପଶ୍ଚିମ ଓଡିଶା ବିକାଶ ପରିଷଦର ସଦସ୍ୟ ହଂସରାଜ ଜୈନ, ହାଟପଦାପଡ଼ାର ରବି ପଟ୍ଟନାୟକ, ସୁବୋଧ ଦାସ, ନୀଳାମ୍ବର ମିଶ୍ର, ତ୍ରିନାଥ ସରାଫ, ହରି ବହିଦାର, ପ୍ରଶାନ୍ତ ଷଡ଼ଙ୍ଗୀ, ୱାର୍ଡ ନମ୍ବର ୧୫ର କାଉନସିଲର ସୁନିଲ ଆଚାର୍ଯ୍ୟ, ସଞ୍ଜୀବ ପାଣିଗ୍ରାହୀ, ଲିଙ୍ଗରାଜ ସାହୁ, ଅମ୍ଳାନ ଷଡ଼ଙ୍ଗୀ, ସଞ୍ଜୟ କୁମାର ନାୟକ, ଚନ୍ଦନ ପଣ୍ଡା, ହର ପ୍ରତାପ ଦାସ, ବିଶ୍ୱଜିତ ଦାସ, ଖ୍ୱାଜ୍ ମହମ୍ମଦ, ଗୁରିଆ ସୁନା, ମନୋଜ ବଗର୍ତ୍ତୀ, ସୁଧୀର ଘଡେଇ, ଲକ୍ଷ୍ମୀ କାନ୍ତ ମହାପାତ୍ର, ଚକ୍ର ପଟ୍ଟନାୟକ, ପୂର୍ଣ୍ଣ ମହାନ୍ତି, ବାବୁଲା ମହାପାତ୍ର, ସଚ୍ଚିକାନ୍ତ ରଥ ଏବଂ ଅନ୍ୟାନ୍ୟ ପଡାବାସୀଙ୍କ ସହ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
