oom

ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିଅନ ଟିଟିଲାଗଡ଼ ଶାଖା ତରଫରୁ ପୁରୁଣା ପେନସନ୍‌ ଯୋଜନା ଲାଗୁ କରିବାକୁ ନେଇ ଦାବୀପତ୍ର ପ୍ରଦାନ

jsmm

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଏନ୍‌ସିଜେଏ ଏବଂ ଜେଏଫଆ୍‌ଓପିଏସ୍‌ (ଓଡିଶା)ର ଆବାହକ ପି. କେ. ପାଟଶାଣୀଙ୍କ ଆହ୍ୱାନ କ୍ରମରେ ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିଅନ ଟିଟିଲାଗଡ଼ ଶାଖା ତରଫରୁ ପୁରୁଣା ପେନସନ୍‌ ଯୋଜନା ଲାଗୁ କରିବା ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ନିମନ୍ତେ ଏକ ଦସ୍ତଖତ ଅଭିଯାନ ଗତ ୧୦ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯାଇଥିଲା । ଏଥିରେ ହଜାର ହଜାର ରେଳବାଇ କର୍ମଚାରୀ ନିଜର ହସ୍ତାକ୍ଷର ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିଅନ ଟିଟିଲାଗଡ଼ ଶାଖାର ସଭାପତି ଘନଶ୍ୟାମ ମିଶ୍ର ଓ ସମ୍ପାଦକ ମାନସ ରଞ୍ଜନ ରଣାଙ୍କ ନେତୃତ୍ୱରେ ଟିଟିଲାଗଡ଼ ରେଲୱେ ଷ୍ଟେସନ ବାହାରେ ଧାରଣା ଦେବା ପରେ ଏକ ରାଲି କରି ଏଡିଏମଇ ଅଫିସକୁ ଯାଇ ମୁଖ୍ୟ ପରିଚାଳକଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଯୁବ ସଂଯୋଜକ ଅରୂପାନନ୍ଦ ଦାଶ, ମାନସ କୁମାର ସ୍ୱାଇଁ, ପିଣ୍ଟୁ କୁମାର, ମହେଶ ପାଶ୍ୱାନ, ଅନ୍ଦୀପ ସିଂ, ଅଭିଷେକ ସିଂ, ଉଜ୍ୱଳ କୁମାର, ଚନ୍ଦନ କୁମାର, ଦୀପକ ଦାସ ସହିତ ଅନେକ ଦଳୀୟ କର୍ମୀ ଏବଂ ଜିଆଇଏଲ୍‌ଆର୍‌ଏସ୍‌ଏର ମଣ୍ଡଳ କୋଷାଧ୍ୟକ୍ଷ ଧର୍ମେନ୍ଦ୍ର ପ୍ରସାଦ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.