oom

ହମିରପୁରରେ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର କଣ୍ଟ୍ରାକ୍ଟର କଲୋନୀଠାରେ ଶ୍ରୀ ଶ୍ରୀ ହନୁମାନଜୀଙ୍କ ବିଗ୍ରହ ପ୍ରତିଷ୍ଠା ଅନୁଷ୍ଠିତ ହୋଇଅଛି । ଏହି ଉତ୍ସବରେ ସର୍ବଶ୍ରୀ ଉପେନ୍ଦ୍ର ନନ୍ଦ, ନିଗମାନନ୍ଦ ପଣ୍ଡା, ମୀନକେତନ ମିଶ୍ର ଓ ହାଡିବଂଧୁ ମିଶ୍ର ପ୍ରମୁଖ ପୂଜକ ଭାବେ ଓ କର୍ତ୍ତା ଭାବେ ନିରଞ୍ଜନ ସାମନ୍ତରାୟ ଓ ନିର୍ଝରଣୀ ସାମନ୍ତରାୟ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ସଂପାଦନ କରିଥିଲେ । ଗତ ୨୦ ତାରିଖରେ ଅଙ୍କୁରାରୋପଣ, ପଞ୍ଚଗବ୍ୟ ଶୋଧନ, ଆଜି ଅଧିବାସ, ଜୟଯାତ୍ରା ଓ କର୍ମାରମ୍ଭ ଓ ଆସନ୍ତାକାଲି ମନ୍ଦିର ପ୍ରବେଶ, ଦେବତାନ୍ୟାଶ, ପ୍ରାଣପ୍ରତିଷ୍ଠା ଓ ପ୍ରସାଦ ସେବନର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ପ୍ରଭାତ କୁମାର ପରିଡା, କାଦମ୍ବିନୀ ସାମଲ, ଏସ୍‌ ରାଜୁ, ଚନ୍ଦ୍ରଭାନୁ ରାଉତ, ପ୍ରଦୀପ କୁମାର କର, ବେଦପ୍ରକାଶ, ଗଙ୍ଗାଧର ଦାଶ, ସୁରେଶ ଦଳବେହେରା, ପଦ୍ମାବତୀ ଦଳବେହେରା, ନବୀନ କୁମାର ଦାସ, ଜ୍ୟୋସ୍ନାରାଣୀ ରାଉତ, ଅଙ୍କିତ ରାଉତ, ଅଂଶୁମାନ ରାଉତ, ଶ୍ରୀଜ୍ଞାନୀ ରାଉତ, ସୁଷମା ପାତ୍ର, ଅର୍ଜୁନ ପ୍ରସାଦ ସାହୁ, ଅଧର ବାରିକ, ଗଦାଧର ବେଜ, ଧର୍ମେନ୍ଦ୍ର ଦାଶ, ନିରଞ୍ଜନ ଦାସ , ମିଟୁ ଦାଶ, ପଦ୍ମନାଭ ଦାଶ, ପ୍ରଭାସ ଦାଶ, ଶୋଭା ସିଂ, ରୂପା ସର୍କାର, ସରସ୍ୱତୀ ପାତ୍ର, ପ୍ରୀତି ଶର୍ମା, କୈଳାଶ ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.