୨୭ରେ ହେବ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଆନୁକୂଲ୍ୟରେ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଆସନ୍ତା ୨୭ ତାରିଖରେ ହେବ । ଷ୍ଟେଜ୍‌-୧ ଏବଂ ଷ୍ଟେଜ୍‌-୨ ପରୀକ୍ଷା ଗୋଟିଏ ଦିନରେ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଷ୍ଟେଜ୍‌-୧ ପରୀକ୍ଷା ଲାଗି ଷଷ୍ଠ ଶ୍ରେଣୀର ୫୬ ହଜାର ୬୯ ଏବଂ ଷ୍ଟେଜ-୨ରେ ନବମ ଶ୍ରେଣୀର ୪୮ ହଜାର ୨୨୦ ଛାତ୍ରଛାତ୍ରୀ ଅଛନ୍ତି ।

ଦୁଇଟି ଷ୍ଟେଜ୍‌ରେ ୧ ଲକ୍ଷ ୪ ହଜାର ୨୮୯ ଜଣ ପରୀକ୍ଷାର୍ଥୀ ୫୭୭ ସେଣ୍ଟରରେ ପରୀକ୍ଷା ଦେବେ । ପରୀକ୍ଷା ଲାଗି ବୋର୍ଡ ପକ୍ଷରୁ ପରୀକ୍ଷାର୍ଥୀଙ୍କ ଆଡମିଟ୍‌ କାର୍ଡ ବୋର୍ଡ ୱେବସାଇଟ୍‌ରେ ଅପଲୋଡ୍‌ କରାଯାଇଛି । ବିଦ୍ୟାଳୟ କର୍ତ୍ତୃପକ୍ଷ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରି ପରୀକ୍ଷାର୍ଥୀଙ୍କୁ ଦେବେ । ପରୀକ୍ଷା ପରିଚାଳନା ବ୍ୟବସ୍ଥାରେ ସ୍ୱଚ୍ଛତା ବଜାୟ ଲାଗି ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ବୋର୍ଡ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.