jayashree

ଚୈତନ୍ୟ ମଟାରୀଙ୍କୁ ଶ୍ରେଷ୍ଠ ବେଶ ପୋଷାକ ସଜ୍ଜାକାରୀ ଭାବରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବରିଷ୍ଠ ଅଭିନେତା, ନୃତ୍ୟ ନିର୍ଦ୍ଦେଶକ ତଥା ବେଶ ପୋଷାକ ସଜ୍ଜା କରି ଚୈତନ୍ୟ ମଟାରୀଙ୍କୁ ବର୍ଷ ୨୦୧୯ ପାଇଁ ଚଳଚ୍ଚିତ୍ର ଶଳାବୁଢାର ବଦଲାରେ ଶ୍ରେଷ୍ଠ ବେଶ ପୋଷାକ ସଜ୍ଜା କରି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଓଡିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଓ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ଏଥିପାଇଁ ୨୦୧୯ରୁ ଘୋଷାଣ କରାଯାଇଥିଲେ ହେଁ କରୋନା ପ୍ରଭାବରୁ ଅଦ୍ୟାବଧି ବିତରଣ କରାଯାଇ ପାରିନଥିଲା । ଦୁଇ ବର୍ଷ ପରେ ଚଳିତ ମାସ ଭୁବନେଶ୍ୱର ସ୍ଥିତ ଉତ୍କଳ ରଙ୍ଗମଂଚରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଅବସରରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଯେଉଁଥି ପାଇଁ କଳାକାର ମହଲରେ ଆନନ୍ଦ ଖେଳି ଯାଇଥିବା ବେଳେ ବିଭିନ୍ନ ପ୍ରାନ୍ତରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟି ଆସୁଛି । ଦୀର୍ଘ ଦିନରୁ କଳାକ୍ଷେତ୍ରରେ ସମ୍ପୃକ୍ତ ଶ୍ରୀ ମଟାରୀ ଜଣେ ଅଭିନେତା, ନୃତ୍ୟ ନିର୍ଦ୍ଦେଶକ ତଥା ବେଶ ପୋଷାକ ସଜ୍ଜାକାରୀ ଭାବରେ ରାମଜୀ ନାଟ୍ୟ ସଂସଦ, ପଂଚମ, ରାଧାରାଣୀ ସାଂସ୍କୃତିକ ସଂସଦ, ଅନ୍ୱେଷଣ ଭଳି ଅଗ୍ରଣୀ ଅନୁଷ୍ଠାନଗୁଡିକରେ ସକ୍ରିୟ ରହିଥିବା ସହ ଚଳଚ୍ଚିତ୍ର ଆଦିମ ବିଚାର, ପାହାଡର ଲୁହ, ଶଳାବୁଢାର ବଦଲା, କ୍ଷୁଦ୍ର ଚଳଚ୍ଚିତ୍ର ରାଗଡ, ଘୁଡଗୁଡୁ, ଗଂଚା ଇତ୍ୟାଦିରେ ଅଭିନୟ ସହ ବେଶ ପୋଷାକ ସଜ୍ଜାକାରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଲେଖକ କଳା ପରିଷଦର ସମ୍ପାଦକ କପିଳେଶ୍ୱର ଖମାରି, ଗୋପାଳ ପ୍ରଧାନ, ସଂଗୀତ ନିର୍ଦ୍ଦେଶକ ମୂରଲିଧାରି ପତି, ନୃତ୍ୟ ନିର୍ଦ୍ଦେଶକ ଗୌରକିଶୋର ମହାପାତ୍ର, ଡାକ୍ତର ରୁଦ୍ର ନାରାୟଣ ପଟେଲ, ଯାଦବ ସମାଜ, ପ୍ରକାଶ ଥନାପାତି ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.