ନୀଳଗିରି କ୍ରିକେଟ ଲିଗ୍ : ଫାଇନାଲରେ ମହାବୀର ୟୁନାଇଟେଡ଼ ସହ ଭୁଧାରଚଣ୍ଡୀର ମୁକାବିଲା

ନୀଳଗିରି : ନୀଳଗିରି କ୍ରିକେଟ୍ ଲିଗ୍ ସିଜିନ-୩ର ଫାଇନାଲକୁ ମହାବୀର ୟୁନାଇଟେଡ଼ ଓ ଭୁଧାରଚଣ୍ଡୀ-୧୧ ଫାଇନାଲକୁ ଉନ୍ନୀତ ହୋଇଛି । ଏହି ଚିତାକର୍ଷକ ଖେଳ ରବିବାର ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

ସେମିଫାଇନାଲର ପ୍ରଥମ ମ୍ୟାଚ ଭୁଧାରଚଣ୍ଡି ଏବଂ ଅନ୍ନପୂର୍ଣ୍ଣା ସହ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ଅନ୍ନପୂର୍ଣ୍ଣା-୧୧ ଟସ୍ ଜିତି ବୋଲିଂର ନିଷ୍ପତ୍ତି ନେଇଥିବା ବେଳେ ଭୂଦାରଚଣ୍ଡି ୧୨ ଓଭରରେ ୧୪୮ ରନ୍ ସଂଗ୍ରହ କରିଥିଲା ।

ପରେ ଅନ୍ନପୂର୍ଣ୍ଣା-୧୧ ନଅଟି ଉଇକେଟ ହରାଇ ୧୩୪ ରନ୍ ସଂଗ୍ରହ କରି ପରାଜୟ ବରଣ କରିଥିଲା । ଦଳ ପକ୍ଷରୁ ପପୁ ମହାପାତ୍ର ମ୍ୟାନ ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ସେହିପରି ସେମିଫାଇନାଲ ଦ୍ୱିତୀୟ ମ୍ୟାଚ ମହାବୀର ୟୁନାଇଟେଡ ସହିତ ମା’ ସିନ୍ଦୁରଗୌରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ମହାବୀର ୟୁନାଇଟେଡ଼ ଟସ୍ ଜିତି ବୋଲିଂର ନିଷ୍ପତ୍ତି ନେଇଥିଲା । ମା’ ସିନ୍ଦୁରଗୌରା ୧୨ ଓଭରରେ ୧୦୭ ରନ୍ ସଂଗ୍ରହ କରିଥିଲା । ଏହି ମ୍ୟାଚରେ ମହାବୀର ୟୁନାଇଟେଡ ୫ ଟି ଉଇକେଟ ହରାଇ ୧୦୮ ରନ୍ ସଂଗ୍ରହ କରି ଫାଇନାଲକୁ ପ୍ରବେଶ କରିଥିଲା । ଏହି ମ୍ୟାଚରେ ବିକାଶ ଦେଶମୁଖ ମ୍ୟାନ ଅଫ୍‌ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.