ବିଦ୍ୟୁତ୍ ଆଘାତରେ ଚାଷୀଙ୍କ ମୃତ୍ୟୁ

ଭୋଗରାଇ : ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଆରୁହାବୃତ୍ତି-୧ ପଞ୍ଚାୟତ ଅନ୍ତର୍ଗତ ନଥିପୁର ଗ୍ରାମରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଚାଷୀ ହେଲେ ନଥିପୁର ଗ୍ରାମର ରାମଚନ୍ଦ୍ର ମୁଖୀ(୬୧) । ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ନରେ ଧାନ ଜମିକୁ ପାଣି ମଡାଇବାକୁ ଯାଇଥିଲା ବେଳେ ସେଠାରେ ପାଣିପମ୍ପକୁ ସଂଯୋଗ ହୋଇଥିବା ବିଦ୍ୟୁତ ତାର ରାମଚନ୍ଦ୍ରଙ୍କ ଶରୀର ସଂସ୍ପର୍ଶରେ ଆସିଥିଲା । ବିଦ୍ୟୁତ ଆଘାତ ଲାଗିବା ଫଳରେ ସେ ସେହି ଠାରେ ଟଳି ପଡ଼ିବା ସହିତ ଚିତ୍କାର କରିଥିଲେ । ଚିତ୍କାର ଶୁଣି ପାର୍ଶ୍ଵବର୍ତ୍ତୀ ଜମିରେ ଥିବା ଅନ୍ୟ ଚାଷୀମାନେ ସେଠାରେ ପହଞ୍ଚି ରାମଚନ୍ଦ୍ରକୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ କମର୍ଦ୍ଦା ଥାନା ଭାରପ୍ରାପ୍ତ ଅଧିକାରିଣୀ ଲୋପାମୁଦ୍ରା ପଣ୍ଡା ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହିତ କମର୍ଦ୍ଦା ଥାନା କେସ୍‌ ନଂ ୩/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି ।

Leave A Reply

Your email address will not be published.