ଆଜି ପବିତ୍ର ମହାଶିବରାତ୍ରି

ଭୁବନେଶ୍ୱର : ଆଜି ପବିତ୍ର ମହାଶିବରାତ୍ରି । ଆଜି ଶିବଭକ୍ତ ଓ ଶ୍ରଦ୍ଧାଳୁମା‌ନେ ଉପବାସ ରଖି ଜାଗର ବ୍ରତ ପାଳନ କରିବେ । ଏଥିପାଇଁ ଆଜି ସକାଳୁ ମହାଦେବଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ ଲାଗି ରହିଥିବା ଦେଖିବାକୁ ମିଳିଛି । ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁମାନେ ରାତିସାରା ବସି ଜାଗର ଦୀପ ଜାଳିବାକୁ ଥିବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୂର୍ବ ନିର୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ରାଜ୍ୟର ପ୍ରାୟ ସବୁ ପ୍ରସିଦ୍ଧ ଶିବ ମନ୍ଦିରରେ ରାତି ୧୦ଟା ସୁଦ୍ଧା ମହାଦୀପ ଉଠିବ । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ରାତି ୧୦ଟାରେ ମହାଦୀପ ମନ୍ଦିର ଚୂଡ଼ାକୁ ଉଠିବ । ମନ୍ଦିର ପ୍ରଶାସନ, ଏଏସ୍‌ଆଇ, କମିସନରେଟ୍‌ ପୁଲିସ, ବିଏମ୍‌ସି ଓ ଜିଲ୍ଲା ପ୍ରଶାସନ ସବୁ ବିଭାଗରୁ ପ୍ରସ୍ତୁତି ଶେ‌ଷ ହୋଇଛି ।

Leave A Reply

Your email address will not be published.