ତାମଣ୍ଡାରୁ ୪୪ କେ.ଜି ଗଞ୍ଜେଇ ଜବତ, ଜଣେ ଗିରଫ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ବଢୁଛି ଚୋରା ନିଶାଦ୍ରବ୍ୟ କାରବାର । ବୁଧବାର ଢେଙ୍କାନାଳ ସଦର ଥାନା କାଣ୍ଡବିନ୍ଧା ପଞ୍ଚାୟତ ଅନ୍ତର୍ଗତ ତାମଣ୍ଡାରୁ ୪୪ କେ.ଜି ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି । ଗଞ୍ଜେଇ କାରବାର ଅଭିଯୋଗରେ ପୋଲିସ ଜଣକୁ ଗିରଫ କରିଛି । ସୂଚନାନୁଯାୟୀ, ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲେ ତାମଣ୍ଡା ଗ୍ରାମର ଅଶୋକ କୁମାର ରାଉତ । ଅବକାରୀ ପୁଲିସ ତାଙ୍କଠାରୁ ଗଞ୍ଜେଇ ଭର୍ତି ବସ୍ତା ଜବତ କରିଛି । ଏହି କାରବାରରେ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ତଦନ୍ତ କରୁଛି ପୋଲିସ ।

Leave A Reply

Your email address will not be published.