
ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକରେ ୧୯୨୨ ମସିହାରେ ଆରମ୍ଭ ହୋଇଥିବା କାମନାଦଣ୍ଡ ଇତି ମଧ୍ୟରେ ଏକଶତ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ଏହି ଐତିହାସିକ ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ ଆଂଚଳିକ କାମନାଦଣ୍ଡ ପରିଷଦ ତରଫରୁ ପ୍ରସ୍ତୁତ ସ୍ମରଣିକା ଆଜି ସନ୍ଧ୍ୟାରେ ହେବାକୁଥିବା ସାଂସ୍କୃତିକ ସଭା ଅବସରରେ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହେବ । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ କାମନାଦଣ୍ଡର ସାଂସ୍କୃତିକ ପରମ୍ପରା ସହିତ ମ.ରାମପୁରରେ କାମନାଦଣ୍ଡ ବିଷୟକ ବିଭିିନ୍ନ ଉପାଦେୟ ଆଲେଖ୍ୟ ଏହି ସ୍ମରଣିକାରେ ସ୍ଥାନିତ ହୋଇଥିବା ବେଳେ ସ୍ମରଣୀକାର ଉପଦେଷ୍ଟା ଭାବରେ ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, ମୁଖ୍ୟ ସଂପାଦକ ପଦ୍ମ ଲୋଚନ ମିଶ୍ର, ସଂପାଦକ ହେମନ୍ତ ସାହୁ ଓ ସହସଂପାଦକ ପରମାନନ୍ଦ ବିଶି ସଂପାଦନା ମଣ୍ଡଳୀର ଦାୟିତ୍ୱ ନିିର୍ବାହ କରିଛନ୍ତି ।

