ଆଜିଠାରୁ ଦୁଇ ଦିନିଆ କାମନାଦଣ୍ଡ ଶତବାର୍ଷିକୀ ମହୋତ୍ସବ

  • ଢେଙ୍କାନାଳ, ବୌଦ୍ଧ ଓ ଖୋର୍ଦ୍ଧାର ସାଂସ୍କୃତିକ କାର୍ଯ୍ୟକ୍ରମ

ମ.ରାମପୁର (ହେମନ୍ତ ସାହୁ) : ୧୯୨୨ ମସିହାରେ କଳାହାଣ୍ଡି ଜିଲ୍ଲାର ମ.ରାମପୁର ଠାରେ ଆରମ୍ଭ ହୋଇଥିବା କାମନାଦଣ୍ଡକୁ ୨୦୨୨ ମସିହାରେ ଏକଶତ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ଆଜିଠାରୁ ଆରମ୍ଭ ହେଉଛି ଦୁଇ ଦିନିଆ ଶତବାର୍ଷିକୀ ସମାରୋହ । ଆଂଚଳିକ କାମନାଦଣ୍ଡ ସାଂସ୍କୃତିକ ପରିଷଦ ତରଫରୁ ଆୟୋଜିତ ଏହି ଦୁଇ ଦିନିଆ ମହାସାଂସ୍କୃତିକ ସମାରୋହରେ ପ୍ରଥମେ ପୂଜାର୍ଚ୍ଚନା ସହିତ ଏକ ସାଂସ୍କୃତିକ ମଶାଲ ଶୋଭାଯାତ୍ରା ସାଂସ୍କୃତିକ ମଂଚରୁ ବାହାରି ସହର ପରିକ୍ରମା କରିବ । ପରେ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ ସଭା ଆୟୋଜନ ହେବା ସହିତ ସଭା ପରେ ଆଜି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ(ଆମ୍ବିଥି)ର ଓଁ ଶ୍ରୀ ଶ୍ରୀ ଶିବକାଳୀ କାମନାଦଣ୍ଡ ନୃତ୍ୟ ଆୟୋଜନ କରାଯାଇଛି । ଠିକ୍ ସେହିପରି ଆସନ୍ତାକାଲି ସକାଳ ୧୦ ଘଂଟା ସମୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କାମନା ଦଣ୍ଡ ସଂସ୍କୃତି ଗବେଷକ, ଲେଖକମାନଙ୍କୁ ନେଇ ଏକ ଆଲୋଚନାଚକ୍ର ଓ ପରେ ସନ୍ଧ୍ୟାରେ ସାଂସ୍କୃତିକ ସଭା ସହିତ ବୌଦ୍ଧ ଜିଲ୍ଲାର ଦଣ୍ଡ ନୃତ୍ୟ ଓ ଖୋର୍ଦ୍ଧା ଜିଲ୍ଲାର ଭାରତ ଲୀଳା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟେଜନ କରାଯାଇଛି । ଏହି ଶତବାର୍ଷିକୀ ସମାରୋହ ମ.ରାମପୁର ବସ୍‌ଷ୍ଟାଣ୍ଡ ପରିସରରେ ଅନୁଷ୍ଠିତ ହେଉଥିବା ବେଳେ ସମସ୍ତଙ୍କ ଉପସ୍ଥିତି ଓ ସହଯୋଗ କାମନା କରିଛନ୍ତି ପରିଷଦର ସଭାପତି ରୁଦ୍ର ପ୍ରତାପ ସିଂହ ଓ ସଂପାଦକ ପ୍ରକାଶ ଚନ୍ଦ୍ର ସାହୁ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଲଳିତ କୁମାର ମହାଲିକ, ଯୁଗ୍ମ ସଂପାଦକ ଦ୍ରୋଣାଚାର୍ଯ୍ୟ ମାଝୀ, ସହସଂପାଦକ ଲଳିତ ସ୍ୱାଇଁ, କୋଷାଧ୍ୟକ୍ଷ ବିଭୂତି ଭୂଷଣ ମହାଖୁଡ଼ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.