ମହାଶକ୍ତି ଫାଉଣ୍ଡେସନ ତରଫରୁ ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ତ୍ରି-ଦିବସୀୟ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

କଳାହାଣ୍ଡି, (ପି.କେ.ସାହୁ) : ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓ ଜିଲ୍ଲା ପରିଷଦ କଳାହାଣ୍ଡି ସହାୟତାରେ ତଥା ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ତରଫରୁ ମ.ରାମପୁର ବ୍ଲକର ମ।ଣିକେରା, ମୋହନଗିରି ଓ ସିଂହପୁର ଗ୍ରାମ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର ଓ ନାଏବ ସରପଞ୍ଚମାନଙ୍କୁ ନେଇ ତ୍ରି-ଦିବସୀୟ ପ୍ରାରମ୍ଭିକ ତାଲିମ କାର୍ଯ୍ୟକ୍ରମକୁ ମାନିକେରା ଓ ସିଂହପୁର ନାଏବ ସରପଞ୍ଚ ଏବଂ ଆୟୋଜକ ଅନୁଷ୍ଠାନର ପ୍ରକାଶ ଚନ୍ଦ୍ର ସାହୁ ଉଦ୍‌ଘାଟନ କରିଥିଲେ । ମହାଶକ୍ତି ଫାଉଣ୍ଡେସନର କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ ତିନି ଦିନିଆ ତାଲିମର ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିବା ବେଳେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ତାଲିମଦାତା ସୁଶ୍ରୀ ସ୍ୱର୍ଣ୍ଣାଲତା ମହାନ୍ତି ଓ ସୁଶ୍ରୀ ଗୀତାଞ୍ଜଳି ପଟ୍ଟନାୟକ ଯୋଗ ଦେଇ ତାଲିମ କାର୍ଯ୍ୟକ୍ରମରେ ତାଲିମ ପ୍ରଦାନ କରିଛନ୍ତି । ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତରେ ୱାର୍ଡ ମେମ୍ବରମାନଙ୍କ ଭୂମିକା, ଦାୟିତ୍ଵ, କର୍ତ୍ତବ୍ୟ ଓ ବିଭିନ୍ନ ସରକାରୀ ଯୋଜନା, ପଲ୍ଲୀସଭା, ଗ୍ରାମସଭା ଇତ୍ୟାଦି ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା । ତୃତୀୟ ଦିନରେ ସରକାରଙ୍କ ଏକ ସଫଳ କାର୍ଯ୍ୟକ୍ରମକୁ କ୍ଷେତ୍ର ପରିଦର୍ଶନ ପାଇଁ ୫ଟି ସ୍କୁଲ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନୂତନ ଭାବେ ନିର୍ବାଚିତ ହୋଇଥିବା ପଂଚାୟତରାଜ ପ୍ରତିନିଧିଙ୍କ ଜ୍ଞାନ ଓ କୌଶଳର ବୃଦ୍ଧି ପାଇଁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦିଆଯାଇଥିଲା । ତୃତୀୟ ଦିବସରେ ଆୟୋଜକ ଅନୁଷ୍ଠାନର ପ୍ରକାଶ ଚନ୍ଦ୍ର ସାହୁ ତାଲିମାରଥିଙ୍କୁ ଦାୟିତ୍ଵ, କର୍ତ୍ତବ୍ୟ ଓ ୱାର୍ଡ ଏବଂ ଗ୍ରାମ ପଞ୍ଚାୟତ ବିକାଶରେ ସେମାନଙ୍କ ଭୂମିକା ବିଷୟରେ ସୂଚନା ଦେଇଥିଲେ ।

ତାଲିମ କାର୍ଯ୍ୟକ୍ରମର ଶେଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପ୍ରତିନିଧି ଭାବେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଧାନ ଯୋଗ ଦେଇ ଅଂଶ ଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିବା ସହିତ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଆୟୋଜକ ଅନୁଷ୍ଠାନର କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଦେଇଥିବା ବେଳେ ସଂଯୋଜିକା ମମିତା ପୁଝାରୀ, ପୂର୍ଣ୍ଣମୀ ବଗର୍ତ୍ତୀ, ଟୁକୁନା ବାଗ ଓ ବଂଶୀଧର ରଣା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.