lika

ସମସ୍ତ ବସ୍ତି ବାସିନ୍ଦାଙ୍କୁ ଜମିପଟ୍ଟା ପ୍ରଦାନ ଦାବୀ

gbag

ରାଉରକେଲା, (ସସ୍ମିତା ପ୍ରଧାନ) : ସମସ୍ତ ବସ୍ତି ବାସିନ୍ଦାଙ୍କୁ ଆଇନ ଅନୁଯାୟୀ ଜମିପଟ୍ଟା ପ୍ରଦାନ ଦାବୀରେ ଆମ୍ ଆଦମୀ ପାର୍ଟି ତରଫରୁ ଗତକାଲି ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ରାଉରକେଲା ବନ୍ଧମୁଣ୍ଡା ସ୍ଥିତ ନେପାଳୀ ବସ୍ତି, ପାନପୋଷ ସ୍ଥିତ ମଣି କଲୋନୀ, ଲେବର ଟେନାମେଣ୍ଟ ସ୍ଥିତ ନେତାଜୀନଗର ଇତ୍ୟାଦି ବସ୍ତି ଅଞ୍ଚଳରୁ ବହୁ ସଂଖ୍ୟାରେ ବସ୍ତିବାସୀ ଜମିପଟ୍ଟା ପାଇଁ ସରକାରଙ୍କ ନିକଟରେ ଦାବୀ କରିଥିଲେ । ଏହି ଅବସରରେ ରିନା ରାୟ, ମୋନିକା ଥାପା, ରିଙ୍କି ବିଶ୍ଵାଳ, ତିନ୍ତୁସ ଲାକ୍ରା, ମାର୍ଟିନ ଏକ୍କା, ଅମିତ ସମାସି, ରମାକାନ୍ତ ନାୟକ, ତବ୍ରେଜ ଅହମଦ, ଭାଗିରଥି ଧଳ, ଅମରଜିତ୍ ସିଂହ, ଦଳବୀର ସିଂହ, ଚିନ୍ତାମଣି ମହାନନ୍ଦ, ପୂର୍ଣ୍ଣ ଚନ୍ଦ୍ର ନିଆଳି, ଲମ୍ବୋଦର ମହନ୍ତ, ସନ୍ତୋଷ ବେହେରା ଓ ବିନୟ ତିୱାରୀ ଉପସ୍ଥିତ ରହିଥିଲେ ।

babaa
Leave A Reply

Your email address will not be published.