ଲେଡି ଲାୟନ ତରଫରୁ ରକ୍ତଦାନ ଶିବିର ଓ କଳା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମହିଳା ସଂଗଠନ ଲେଡି ଲାୟନ ତରଫରୁ କଳା ଦିବସ ଓ ରକ୍ତଦାନ ଶିବିର ଝିରପାଣି ସ୍ଥିତ ସାଇନିଂ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବନ୍ଦିତା ମାହତୋଙ୍କ ସଭାପତିତ୍ୱ ଓ ସଂପାଦକ ଗୌରୀ କୁମ୍ଭାରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି, ଝିରପାଣି ସରପଞ୍ଚ ଅଜିତ ତିର୍କୀ, ସମିତି ସଭ୍ୟା ପ୍ରତିମା ପାତ୍ର, ସମାଜସେବୀ ପ୍ରେମା ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗତ ୪ ବର୍ଷ ତଳେ ପୁଲୱାମା ଠାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପାଇଁ କଳା ଦିବସ ପାଳନ ସହ ସହିଦ ଯବାନମାନଙ୍କ ସ୍ମୃତିଚାରଣ କରିଥିଲେ । ଏହା ସହ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଏକ ରକ୍ତଦାନ ଶିବିର କରାଯାଇ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କଳିଙ୍ଗ ୱାରିଅରର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ । ସ୍ନେହଲତା ପାତ୍ର ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଦେଶଭକ୍ତି ସଂଗୀତ ଗାନ କରିଥିବା ବେଳେ ପରଭେଜ ଅରୋରା, ବେଣୁଧର କୁମ୍ଭାର, ଅରୁଣ ମାହତୋ, ରଜତ ନାୟକ ପ୍ରମୁଖ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀକାନ୍ତ ସୁନା, ଜ୍ୟୋତି ତନ୍ତୀ, ସସ୍ମିତା ପୁରନ, ଆକାଶ ପୁରନ, ଭାରତ, ମନୀଷ, ନିତାଞ୍ଜଳି ପରିଡା, ଚିଲିକା ସାହୁ, ଶର୍ମିଲା ରାଜଗୁରୁ, ଆରତୀ କାନୋଜିଆ, ମିତାଲି ମଣ୍ଡଳ, ଲକ୍ଷ୍ମୀ ସାହୁ, ଫୁଲମଣି ସମାଦ, ରୀତା ସାମଲ, କାର୍ମିଲା ମାହାତୋ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!