pr

ରେଡିଓ ଶ୍ରୋତା ସମ୍ମିଳନୀ

dr. purohit

କଟକ : ଆକାଣବାଣୀ ଶ୍ରୋତା ପରିଷଦ ପକ୍ଷରୁ ରାଜ୍ୟସ୍ତରୀୟ ରେଡିଓ ଶ୍ରୋତା ସମ୍ମିଳନୀ ଶତାବ୍ଦୀଭବନଠାରେ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଆକାଶବାଣୀ କେନ୍ଦ୍ର ନିର୍ଦ୍ଦେଶକ ହୃଷିକେଶ ପାଣି, ସମ୍ମାନିତ ଅତିଥି ଯୁଗଲ କିଶୋର ପଣ୍ଡା, ତପନ ଦତ୍ତ, କିଶୋର ମହାନ୍ତି, ପ୍ରସନ୍ନ ବେହେରା, ଆକାଶବାଣୀ କଟକ ମୁଖ୍ୟ ପ୍ରକାଶ ପତି, ପୂର୍ବତନ କେନ୍ଦ୍ର ନିର୍ଦ୍ଦେଶକ ପ୍ରସେନଜିତ ମହାନ୍ତି, ଉଦ୍‌ଘୋଷିକା ରାଧାରାଣୀ ସରକାର, ଗୀତିକାର ବୈଦନାଥ ଖିଲାର, ଗୀତିକାର ରାଜକିଶୋର ସ୍ୱାଇଁ, ଅଭିନେତା କୁନା ତ୍ରିପାଠୀ କଣ୍ଠଶିଳ୍ପୀ ସୁବାସ ଦାସ ଆକାଶବାଣୀର ଜଗଦୀଶ ଅଧକାରୀ ଯୋଗ ଦେଇଥିଲେ । ଏହି ଉତ୍ସବରେ କାର୍ଯ୍ୟକ୍ରମ ନିଷ୍ପାଦକ ଜଗଦୀଶ ଅଧିକାରୀ ଏବଂ ଭାରପ୍ରାପ୍ତ ଅଧିକାରୀ ଜ୍ୟୋତିରଞ୍ଜନ ଗୌଡଙ୍କୁ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ କରାଯାଇଥିଲା । ସେହିପରି ଗୀତିକାର ବୈଦନାଥ ଖିଲାରଙ୍କୁ ପ୍ରତିଭା ପ୍ରଦାନ କରାଯାଇଥିଲା । ସଂଯୋଜକ ନଳିନୀକାନ୍ତ ବିଶ୍ୱାଳ, ସମ୍ପାଦକ ଅଜୟ ମହାନ୍ତି, ପ୍ରତାପ ନାୟକ, ଗରିବ ଖାନ୍‌, ଗୋପୀନାଥ ଦଣ୍ଡସେନା, ମନୋଜ ମନ୍ମୟ ନୀଳଚକ୍ର, ପ୍ରକାଶ ମଲ୍ଲିକ, ଅନୁପମା ପଣ୍ଡା, ସନ୍ଧ୍ୟାରାଣୀ ବିଶ୍ୱାଲ କାର୍ଯ୍ୟକ୍ରମରେ ସହାୟତା କରିଥିଲେ ।

nrusinghnath
Leave A Reply

Your email address will not be published.