ଚାଷୀମାନଙ୍କଠାରୁ ଉଚିତ ମୂଲ୍ୟରେ ମାଣ୍ଡିଆ କିଣିବା ପାଇଁ ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ଖୋଲାଯାଇଛି ମୋଟ ୪୦ଟି ମଣ୍ଡି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀମାନଙ୍କଠାରୁ ଉଚିତ ମୂଲ୍ୟରେ ମାଣ୍ଡିଆ କିଣିବା ଲାଗି ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ମୋଟ ୪୦ଟି ମଣ୍ଡି ଖୋଲାଯାଇଛି । ଚାଷୀମାନେ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ମୂଲ୍ୟରେ ସୁବିଧାରେ ମାଣ୍ଡିଆ ବିକ୍ରି କରି ଲାଭବାନ ହେଉଛନ୍ତି । ଏଥର ୩୦ ହଜାର କ୍ୱିଣ୍ଟାଲ ମାଣ୍ଡିଆ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.