ପାଟଣାଗଡ଼ରେ ନୂତନ ଏଚ୍‌ଡ଼ିଏଫ୍‌ସି ବ୍ୟାଙ୍କ ଉଦ୍‌ଘାଟିତ

ପାଟଣାଗଡ଼, (ସଦାଶିବ ସରାଫ) : ପାଟଣାଗଡ଼ ସହରରେ ଏକ ନୂତନ ଏଚ୍‌ଡ଼ିଏଫ୍‌ସି ବ୍ୟାଙ୍କ ଉଦ୍‌ଘାଟିତ ହୋଇଯାଇଛି । ଏହି ନୂତନ ଶାଖାକୁ ପାଟଣାଗଡ଼ ବିଡ଼ିଓ ସୁମନ୍ତ କୁମ୍ଭାର ଫିତା କାଟିବା ସହ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦ୍‌ଘାଟନ କରିଥିଲେ । ଏହି ଶାଖା ଓଡ଼ିଶାର ୧୯୭ତମ ବ୍ରାଞ୍ଚ ହୋଇଥିବା ବେଳେ ବଲାଙ୍ଗିର ଜିଲ୍ଲାର ସର୍ବୋମୋଟ ୬ ଗୋଟି ଶାଖା ଅଛି ବୋଲି କ୍ଲଷ୍ଟର ମୁଖ୍ୟ ଅଂଶୁମାନ ଭୁଜବଲ ସୂଚନା ଦେଇଛନ୍ତି । ପ୍ରଥମେ ପାଟଣାଗଡ଼ ବ୍ୟାଙ୍କର ପରିଚାଳକ ସନ୍ଦୀପ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରି କହିଛନ୍ତି ଯେ, ଏହି ବ୍ୟାଙ୍କ ଆପଣଙ୍କର । ଏହି ବ୍ୟାଙ୍କରେ ଗ୍ରାହକମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା ସହ ଲକର ସୁବିଧା ଓ ସମସ୍ତ ପ୍ରକାର ଋଣ ଦିଆଯିବ । ଏହି ଉତ୍ସବରେ ବଣିକ ସଙ୍ଘର ସଭାପତି କିଛି ବ୍ୟବସାୟୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.