ଆଦର୍ଶ ଶିକ୍ଷକ ହରିହର ସାହୁଙ୍କ ପରଲୋକ

ତରଭା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ମେଣ୍ଢା ଗ୍ରାମର ଆଦର୍ଶ ଶିକ୍ଷକ ହରିହର ସାହୁଙ୍କ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁରେ ମେଣ୍ଢା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସେ ଦୁଇ ପୁଅ, ଦୁଇ ଝିଅ ତଥା ତିନି ନାତି, ପାଞ୍ଚ ନାତୁଣୀଙ୍କୁ ଛାଡ଼ି ଯାଇଛନ୍ତି । ସେ ଡଭା ମହାବିଦ୍ୟାଳୟ ଅଧ୍ୟାପକ ଦିଲୀପ କୁମାର ସାହୁଙ୍କ ବାପା ଏବଂ ପାଇକମାଲର ବରିଷ୍ଠ ଶିକ୍ଷକ ମହାଦେବ ବେହେରାଙ୍କ ଶଶୁର ଅଟନ୍ତି । ସେ ଜଣେ ଛାତ୍ର ବତ୍ସଲ ଶିକ୍ଷକ ଭାବେ ବେଶ ସୁପରିଚିତ ଥିଲେ । ତାଙ୍କ ସମୟରେ ଅନେକ ବୃତ୍ତି ନବୋଦୟ ପାଇ ବିଭିନ୍ନ କ୍ଷେତ୍ରରେ ବର୍ତ୍ତମାନ ଅବସ୍ଥାପିତ ହୋଇଛନ୍ତି । ତାଙ୍କ ବିୟୋଗରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାହୁ ପରିବାରକୁ ସମବେଦନା ଜଣାଇବା ସହ ସାନ୍ତ୍ୱନା ଦେଇଛନ୍ତି ।

Leave A Reply

Your email address will not be published.