ଷ୍ଟାଡିଅମରେ ଓପନ୍‌ ଜିମ ନିର୍ଯ୍ୟାଣ କାର୍ଯ୍ୟ ଆରମ୍ଭ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମଠାରେ ଗଞ୍ଜାମ ବିଜ୍ଞପିତ ଅଞ୍ଚଳ ତରଫରୁ ଓପନ୍‌ ଜିମ ନିର୍ମାଣ କାର୍ଯ୍ୟ ବୁଧବାର ଆରମ୍ଭ ହୋଇଛି । ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କ ଉପସ୍ଥିତରେ ସମସ୍ତ ଜିମ ଉପକରଣ ପୋତା ଯାଇଛି । ଏଠାରେ ଓପନ୍‌ ଜିମ ନିର୍ମାଣ ନେଇ ଇଓ ମିଶ୍ରଙ୍କ ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ପ୍ରଂଶସା କରିଛନ୍ତି । ଏହା ଦ୍ୱାରା ଷ୍ଟାଡିୟମକୁ ଆସୁଥିବା ଯୁବକ, ଅଞ୍ଚଳବାସୀ ଏବଂ ସ୍କୁଲ ପିଲାମାନେ ଜିମ ବ୍ୟବହାର କରି ପାରିବେ । ଏନ୍‌ଏସି କର୍ମଚାରୀ ଚିନ୍ମୟ ପୃଷ୍ଟି, ଜୟକୃଷ୍ଣ ଶାସମଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.