କଳାହାଣ୍ଡି ଜିଲ୍ଲାରେ ଫାଇଲେରିଆ ନିରାକରଣ ଅଭିଯାନ ସମ୍ପର୍କିତ ଖବରଦାତା ସମ୍ମିଳନୀ

  • ନର୍ଲା ବ୍ଲକକୁ ଫୋକସ : ସାମୁହିକ ଔଷଧ ସେବନ

କଳାହାଣ୍ଡି, (ପି.କେ.ସାହୁ) : ଆଜି କଳାହାଣ୍ଡି ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କନଫରେନ୍ସ ହଲ୍‌ ଠାରେ ରାଷ୍ଟ୍ରୀୟ ବାହକଜନିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଗାମୀ ୧୦ରୁ ୧୯ ଫେବୃଆରୀ ପର୍ଯ୍ୟନ୍ତ ହେବାକୁ ଯାଉଥିବା ଫାଇଲେରିଆ ନିରାକରଣ ଅଭିଯାନର ସାର୍ବଜନୀନ ବାତଜ୍ଵର ଔଷଧ ସେବନ କାର୍ଯ୍ୟକ୍ରମ ବା ମାସ ଡ୍ରଗ୍ସ ଆଡ୍ମିନିଷ୍ଟ୍ରସନର ପ୍ରେସ୍‌ବାର୍ତ୍ତା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅଧ୍ୟକ୍ଷତାରେ ସମାପନ କରାଯାଇଛି ।

କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଲକର ଚିହ୍ନଟ ଗ୍ରାମରେ ରାତ୍ରିକାଳୀନ ରକ୍ତ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି । ଏହି ପରୀକ୍ଷା ପରେ ନର୍ଲା ବ୍ଲକରେ ଫାଇଲେରିଆ କୃମିମାତ୍ର ୧%ରୁ ଅଧିକ ଥିବା ଜଣାପଡିଛି । ସେଥିପାଇଁ କଳାହାଣ୍ଡି ଜିଲ୍ଲାର କେବଳ ନର୍ଲା ବ୍ଲକକୁ ପ୍ରଥମ ଥର ସାର୍ବଜନୀନ ବାତଜ୍ଵର ଔଷଧ ସେବନ କାର୍ଯ୍ୟକ୍ରମ ବା ମାସ ଡ୍ରଗ୍ସ ଆଡ୍ମିନିଷ୍ଟ୍ରସନ ପାଇଁ ରାଜ୍ୟ ସରକାର ପକ୍ଷରୁ ଚିହ୍ନଟ କରାଯାଇଛି । ବୈଠକରେ ସିଡିଏମଓ ଡ. ରଞ୍ଜନ ମିତ୍ରଙ୍କ ଅଧ୍ୟକ୍ଷତାରେ ଡ. ରାକେଶ ସାହୁ, ଡିପିଏଚଓ, ମନୋଜ ବେହେରା, ଡିଆଇପିଆରଓ, ଡ. ନିଶିତ୍ ଦାସ, ଡବ୍ଲୁଏଚଓ ପ୍ରତିନିଧି, ଭବାନୀ ସାହୁ, ଡିଏମଆରସିଏଚ, ନିହାର ଠାକୁର, ଶେଖ୍ ନିଶାର, ଭିବିଡି ବିଶେଷଜ୍ଞ, ସନ୍ତୋଷ ବାଗ, ଭିବିଡି ପରାମର୍ଶଦାତା ସହ ପ୍ରେସ୍‌ ଓ ଇଲେକ୍ଟ୍ରୋନିକ ମିଡିଆର ସାମ୍ବାଦିକ ବନ୍ଧୁ ଉପସ୍ଥିତ ଥିଲେ ।

ଏହି ପ୍ରେସ୍‌ ବାର୍ତ୍ତାରେ ସାମ୍ବାଦିକ ବନ୍ଧୁମାନଙ୍କୁ ବିସ୍ତୃତରେ ଫାଇଲେରିଆ ନିରାକରଣ ଅଭିଯାନ, ସାର୍ବଜନୀନ ବାତଜ୍ଵର ଔଷଧ ସେବନ କାର୍ଯ୍ୟକ୍ରମ ୧୦ରୁ ୧୯ ଫେବୃଆରୀ ୨୦୨୩ ବିଷୟରେ ଅବଗତ କରାଯାଇଥିଲା । ଯେଉଁ ଥିରେ ସାମ୍ବାଦିକ ବନ୍ଧୁମାନଙ୍କ ପ୍ରଶ୍ନର ସଠିକ ଉତ୍ତର ଦିଆଯାଇଥିଲା । ଏହି ଦିନ ସମସ୍ତେ ଡି.ଇ.ସି. ବଟିକା ସହିତ ଆଇବେଣ୍ଡାଜିଲ୍ ବଟିକାର ଗୋଟିଏ ମାତ୍ରା ନିଶ୍ଚୟ ଖାଆନ୍ତୁ । ଆଶାକର୍ମୀ କିମ୍ବା ତାଲିମପ୍ରାପ୍ତ ସ୍ଵେଚ୍ଛାସେବୀମାନେ ଘରକୁ ଘର ଯାଇ ପରିବାର ସଦସ୍ୟଙ୍କ ବୟସ ଅନୁପାତରେ ବଟିକା ଖୁଆଇବେ । ଏହି ବଟିକା ଖାଦ୍ୟ ଖାଇ ସାରିବା ପରେ ଖାଇବେ । ସରକାରଙ୍କ ତରଫରୁ ବଟିକା ସମ୍ପୂର୍ଣ୍ଣ ମାଗଣାରେ ଦିଆଯାଉଛି ।

ଗୋଡ ହାତ ଓ ପାଦଫୁଲି ଗୋଦର ହେଲେ ଆମେ ଫାଇଲେରିଆ ହୋଇଛି ବୋଲି କହିଥାଉ । ଏହା ଏକ ମଶାଜନିତ ରୋଗ, ଗୋଦର ହେବା ୮ରୁ ୧୦ ବର୍ଷ ଆଗରୁ ଫାଇଲେରିଆ ରୋଗ ସଂକ୍ରମଣ ହୋଇଥାଏ । ସଂକ୍ରମିତ ମଶା କାମୁଡିବା ଦ୍ୱାରା ଫାଇଲେରିଆ ପରଜୀବୀ କୀଟାଣୁ ସଂକ୍ରମିତ ରୋଗୀ ଜଣଙ୍କ ଦେହରୁ ଅନ୍ୟ ଜଣଙ୍କ ଦେହକୁ ସଂକ୍ରମିତ ହୋଇଥାଏ । ଗୋଡ, ପାଦ ହାତ ଆଦି ଫୁଲିଯାଏ ଗୋଦର ହୁଏ । ପୁରୁଷମାନଙ୍କ ଅଣ୍ଡକୋଷ ଫୁଲେ, ଏହାକୁ ହାଇଡ୍ରୋସିଲ କହନ୍ତି । କେତେକ କ୍ଷେତ୍ରରେ ଧଳା ପରିସ୍ରା ମଧ୍ୟ ହୁଏ । ପ୍ରଥମ ଅବସ୍ଥାରୁ ଉପଯୁକ୍ତ ଯତ୍ନ ନ ନେଲେ ଫୁଲା କମେ ନାହିଁ ଓ ଅଙ୍ଗଟି ବିକଳାଙ୍ଗ ହୋଇଥାଏ । ଏହି ରୋଗ ବଂଶାନୁଗତ ନୁହେଁ ।

ଆମ ଜିଲ୍ଲା ସହିତ ଓଡିଶା ରାଜ୍ୟରେ ୨୦ଟି ବାତଜ୍ଵର ପ୍ରବଣ ଜିଲ୍ଲାମାନଙ୍କରେ ଏହି କାର୍ଯ୍ୟକ୍ରମ କରାଯାଉଛି । ଲଗାତାର ୫ରୁ ୬ ବର୍ଷ ପର୍ଯ୍ୟନ୍ତ ଯଦି ଗୋଟିଏ ଗୋଷ୍ଠୀରେ ୮୫% ଅଧିକ ଲୋକ ବର୍ଷର ଗୋଟିଏ ଦିନ ବାତଜ୍ଵର ନିରାକରଣ ପାଇଁ ଦିଆଯାଉଥିବା ଔଷଧ ସେବନ କରନ୍ତି, ତେବେ ଗୋଷ୍ଠୀରୁ ବାତଜ୍ଵର ନିରାକରଣ ହୋଇପାରିବ । ସେଥିପାଇଁ ୫ରୁ ୬ ବର୍ଷ ଲଗାତାର ସାର୍ବଜନୀନ ଔଷଧ ସେବନ କରିବା ଦ୍ୱାରା ବାତଜ୍ଵର କୃମି ବା କୀଟାଣୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବେ । କେବଳ ୨ ବର୍ଷରୁ କମ୍‌ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଅନେକ ଦିନ ଧରି ରୋଗରେ ପୀଡିତ ଥିବା ଲୋକମାନଙ୍କୁ ଛାଡି ଅନ୍ୟ ସମସ୍ତେ ଏହି ଔଷଧ ସେବନ କରିପାରିବେ । ବୟସ ଅନୁସାରେ ଡ଼ି.ଇ.ସି ଲବେନ୍ଡ଼ଯ଼ୋଲ ବଟିକା ଦିଆଯାଇଥାଏ । ଏଥିପାଇଁ ନର୍ଲା ବ୍ଲକରେ ଔଷଧ ସେବନ କରାଇବା ପାଇଁ ୫୧୬ଟି ଟିମ୍‌ (ଆଶା ଦିଦି, ଆଙ୍ଗନୱାଡି ଦିଦି ଏବଂ ସ୍ଵେଚ୍ଛାସେବକ), ୫୩ ସୁପରଭାଇଜର ଏବଂ ୨ଟି ରପିଡ଼ ରେସ୍ପିଅଣସେ ଟିମ୍‌ ଗଠିତ କରଯାଇଛି । ଜିଲ୍ଲା ଏବଂ ବ୍ଲକରେ କଂଟ୍ରୋଲ ରୁମ୍‌ ମଧ୍ୟ ସ୍ଥାପନ କରଯାଇଛି ।

Leave A Reply

Your email address will not be published.