csstore

ମା’ ମାଉଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ : ବୋର୍ଡି ଚାମ୍ପିୟନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭୁର୍ଷାଗୁଡା ପଞ୍ଚାୟତ ଗଞ୍ଜିଆପଡା ଗାଁରେ ଚାଲିଥିବା ମା’ ମାଉଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଦଳ ଭାଗ ନେଇଥିବା ବେଳେ ବୋର୍ଡି ଓ ଗନ୍ଧର୍ଲା ଦଳ ଫାଇନାଲ୍ ମ୍ୟାଚ୍‌କୁ ଉତ୍ତୀର୍ଣ୍ଣ ହୋଇଥିଲା । ପ୍ରଥମେ ବୋର୍ଡ଼ି ଦଳ ବ୍ୟାଟିଂ କରି ୧୨ ଓଭର ୮ ୱିକେଟ ହରାଇ ୧୩୦ ରନ୍‌ ସଂଗ୍ରହ କରିଥିବା ବେଳେ ଜବାବରେ ଗନ୍ଧର୍ଲା ଦଳ ବ୍ୟାଟିଂ କରି ୧୨ ଓଭର ୯ ୱିକେଟ ହରାଇ ୧୧୪ ରନ୍‌ ସଂଗ୍ରହ କରି ପରାଜିତ ହୋଇଥିଲା । ସୁଶାନ୍ତ ଭୋଇ ଓ କଲେକ୍ଟର ଭୋଇ ଖେଳ ପରିଚାଳନା କରିଥିଲେ । ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା, ସମ୍ମାନିତ ଅତିଥି ଭାବେ ଭୁର୍ଷାଗୁଡା ସରପଞ୍ଚ ପୁଷ୍ପାଞ୍ଜଳି ଛୁରା, ଲିମ୍ବବତୀ ଛୁରା, ଗ୍ରାମ ରୋଜଗାର ସେବକ ଝସକେତନ ସାହୁ, ସ୍କୁଲ ସିଆରସିସି ରମାକାନ୍ତ ଛୁରା, କାଲି ଚରଣ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିଲେ । ଏଥିରେ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ରିଙ୍କୁ ସାହୁ ଓ ମ୍ୟାନ୍‌ ଅଫ ଦି ସିରିଜ ଭାବେ ଭରତ ଭୋଇଙ୍କୁ ପୁରସ୍କୃତ କରାଯାଇଥିଲା । ଆୟୋଜକ କମିଟିର ପଞ୍ଚାନନ୍ ପୁଟେଲ, ବୀର କିଶୋର କାଣ୍ଡ, ପ୍ରମୋଦ ସରାଫ, ଛତ୍ରସିଂ ଭୋଇ, ଯୋଗେନ ସରାଫ, ରାଜେଶ ପୁଟେଲ, ପବିତ୍ର କାଣ୍ଡ, ଘାଟୁ ଚଣ୍ଡୀ, ଛନ୍ଦାଚରଣ ଭୋଇ, କ୍ଷୀରସିନ୍ଧୁ ପୁଟେଲ ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.