oom

ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ କ୍ରୀଡା ମହୋତ୍ସବ ଉଦ୍‌ଘାଟନ

jsmm

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଅନୁକୂଲ୍ୟରେ ଦୁଇ ଦିନିଆ କ୍ରୀଡା ମହୋସବ ଆୟୋଜିତ ହୋଇଯାଇଛି । ଏହି କ୍ରୀଡା ମହୋତ୍ସବ ପ୍ରଫେସର ଡ. ସଞ୍ଜୟ ଶତପଥୀଙ୍କ ଦ୍ୱାରା ଉଦ୍‌ଘାଟନ ହୋଇଯାଇଛି । ଅଧ୍ୟକ୍ଷ ଡ. ତରୁଣ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କ୍ରୀଡା ସମ୍ପାଦକ ପ୍ରଫେସର ଘନଶ୍ୟାମ ବେହେରା, ମହାବିଦ୍ୟାଳୟ ପରିଚାଳନା ସଭାପତି ବିଶ୍ୱଜିତ ପାଢ଼ୀ, ଡ଼. ହରେନ୍ଦ୍ର ପଣ୍ଡା ଅତିଥି ଭାବରେ ଯୋଗ ଦେଇଥିଲେ । କ୍ରୀଡା କମିଟିର ସମ୍ପାଦକ ଡ଼. ରାଣବୀର ସିଂଙ୍କ ସହ ସମ୍ପାଦକ ଡ. ସରୋଜ କୁମାର ପଣ୍ଡା କ୍ରୀଡା ପରିଚାଳନା କରିଥିବା ବେଳେ ଅଧ୍ୟାପକ ଚନ୍ଦ୍ରକାର, ହରେକୃଷ୍ଣ ମିଶ୍ର, ଅଶ୍ୱିନୀ ପାଢ଼ୀ, ଡ଼. ପଦ୍ମଲୋଚନ କର୍ମୀ, ପ୍ରଶାନ୍ତ ପଣ୍ଡା, ସୁନୀଲ କୁମାର ପାଢ଼ୀ, ଡ଼. ଗୀତାଶ୍ରୀ ପ୍ରିୟମ୍ବଦା, ରାଜଲକ୍ଷ୍ମୀ ରଥ, ମିନା ଗୁଜୁରାତି, ହାରିବନ୍ଧୁ ହଂସ ପ୍ରମୁଖ ଯୋଗଦାନ ପୂର୍ବକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି କ୍ରୀଡାରେ ୨୪ଟି ମହାବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.