jayashree

ବଜେଟ୍‌ ଆଲୋଚନାରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ବଜେଟ୍‌ ଉପରେ ଥିବା ହେବାକୁ ଥିବା ଆଲୋଚନାଚକ୍ରରେ ସାମିଲ ହେବେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା । ରାଜଧାନୀର ହୋଟେଲ ନିଉ ମ୍ୟାରିଅନରେ ଏହି ଆଲୋଚନାଚକ୍ର ହେବ । ଏଥିରେ ରାଜ୍ୟର ବହୁ ଅର୍ଥନୀତିଜ୍ଞ, ସାମ୍ବାଦିକ, ସାମାଜିକ କର୍ମୀ, ବ୍ୟବସାୟୀ ପ୍ରତିନିଧି ଓ ବହୁ ବୁଦ୍ଧିଜୀବୀ ସାମିଲ ହେବେ ବୋଲି ବିଜେପି ସୂତ୍ରରୁ ସୂଚନା ମିଳିଛି । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଅବସରପ୍ରାପ୍ତ ପ୍ରଶାସକ ସୁଦର୍ଶନ ନାୟକ କେନ୍ଦ୍ରମନ୍ତ୍ରୀଙ୍କ ଏହି ଗସ୍ତ ସମ୍ବନ୍ଧରେ ସୂଚନା ଦେଇଛନ୍ତି । ଗାଁ, ଗରିବ, କିଷାନ, ମହିଳା, ଯୁବ, ଆଦିବାସୀ, ଦଳିତ, ଶୋଷିତ, ଦିବ୍ୟାଙ୍ଗ, ଆର୍ଥିକ ଦୁର୍ବଳ ଶ୍ରେଣୀ ଓ ମଧ୍ୟମ ବର୍ଗକୁ ସଶକ୍ତ ଓ ସମୃଦ୍ଧ କରିବା ପାଇଁ ବଜେଟରେ ଧ୍ୟାନ ଦିଆଯାଇଛି । ମୋଦୀ ସରକାରଙ୍କ ଏହି ଜନକଲ୍ୟାଣ ବଜେଟକୁ ରାଜ୍ୟର ପ୍ରତି ଲୋକଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ମୁଣ୍ଡା ଓଡ଼ିଶା ଗସ୍ତରେ ଆସୁଛନ୍ତି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.