pr

ରାମଚଣ୍ଡୀଙ୍କ ମନ୍ଦିରର ପୁନଃପ୍ରତିଷ୍ଠା ସପ୍ତଯଜ୍ଞ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି

dr. purohit

• ଡ଼ି.ଏସ.ପି.(ଡ଼ି.ଆଇ.ବି.) ଅଜୟ କୁମାର ମିଶ୍ର ଓ ପ୍ରମୁଖ ପୋଲିସ ଅଧିକାରୀଙ୍କ ଅନୁଧ୍ୟାନ ସରିଛି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟରେ ଅବସ୍ଥାପିତ ପ୍ରସିଦ୍ଧ ଐତିହ୍ୟସମ୍ପନ୍ନ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ମନ୍ଦିରର ପୁନଃପ୍ରତିଷ୍ଠା ନିମନ୍ତେ ଆଉ ମାତ୍ର ୩ ଦିନଥିବା ବେଳେ ଶୁକ୍ରବାର ପୂର୍ବାହ୍ନରେ ଶୁଭଖୁଣ୍ଟି ସ୍ଥାପନ ହୋଇଯାଇଛି । ଏହି ମନ୍ଦିର ପୁନଃ-ପ୍ରତିଷ୍ଠା ନିମନ୍ତେ ଯଜ୍ଞାନୁଷ୍ଠାନ କର୍ଯ୍ୟାରମ୍ଭ ଆଦି ନିମନ୍ତେ ବ୍ୟାପକ ପ୍ରସ୍ତୁତି ଚାଲିଛି । ଏଠାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ବ୍ୟାପକ ବନ୍ଦୋବସ୍ତ କରାଯାଇ ଆସୁଛି । ପ୍ରତିଷ୍ଠା କାର୍ଯ୍ୟକ୍ରମର ସପ୍ତଯଜ୍ଞ ପାଇଁ କିପରି ପ୍ରସ୍ତୁତି ଚାଲିଛି ସେ ସମ୍ପର୍କରେ ମନ୍ଦିର କମିଟିର ଅନୁରୋଧ କ୍ରମେ ଡ଼ି.ଏସ.ପି.(ଡ଼ି.ଆଇ.ବି.) ଅଜୟ କୁମାର ମିଶ୍ର, ଗଞ୍ଜାମ ଥାନା ଆଇଆଇସି ସନ୍ତୋଷ କୁମାର ବେହେରା ପ୍ରମୁଖ ଅଧିକାରୀ ପହଞ୍ଚି ମନ୍ଦିରର ସମସ୍ତ କାର୍ଯ୍ୟ ବୁଲି ଦେଖିଥିଲେ । ପ୍ରତିଷ୍ଠାସ୍ଥଳୀ, ନାମଯଜ୍ଞ, ଅନ୍ନଯଜ୍ଞ, ସମେତ ଅନ୍ୟାନ୍ୟ ଯଜ୍ଞସ୍ଥଳ ବୁଲି ଦେଖିଥିଲେ । ରାସ୍ତାରେ ଭକ୍ତମାନେ ଆସିବା ବେଳେ ଟ୍ରାଫିକ ବ୍ୟବସ୍ଥା କିପରି ଶୃଙ୍ଖଳିତ ହେବ, ଡ଼ି.ଏସ.ପି. ଶ୍ରୀ ମିଶ୍ର ଅନୁଧ୍ୟାନ କରିଛନ୍ତି । ଏହା ସାଂଗକୁ କମିଟିର ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ସଂଯୋଜକ କମଳ ପଣ୍ଡା କେଡର ପି.ପି. ରାଜେଶ ମିଶ୍ର ସରପଞ୍ଚ ଅଜୟ ନାୟକଙ୍କ ସହିତ ଆଲୋଚନା କରିଥିଲେ । ଏଥିସହ ମୀନା ବଜାର, ରାମଦୋଳି, ମେଳଣସ୍ଥଳ ଆଦି ପାର୍କିଙ୍ଗ ସ୍ଥାନ ବୁଲି ଦେଖିଥିଲେ । ସ୍ଥାନୀୟ ସରପଞ୍ଚ ଅଜୟ କୁମାର ନାୟକ ଉପସ୍ଥିତ ଥାଇ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ମନ୍ଦିରର ସମସ୍ତ କାର୍ଯ୍ୟ ଜୋରସୋର ଚାଲିଛି । ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

nrusinghnath
Leave A Reply

Your email address will not be published.