ରାଜବୋଡାସମ୍ବର ଧନୁଯାତ୍ରା : ଶ୍ରୀକୃଷ୍ଣ ଜନ୍ମ

ପଦ୍ମପୁର, (କେପିଏନ୍‌ଏସ୍‌) : ପାଇକମାଲ ବ୍ଲକ ଗୋଇବାହାଲିଠାରେ ଅନୁଷ୍ଠିତ ହେଉଥିବା ୫ମ ରାଜବୋଡାସମ୍ବର ଧନୁଯାତ୍ରା ମହୋତ୍ସବା ୨ୟ ସଂଧ୍ୟାରେ ଦେବକୀ -ବସୁଦେବଙ୍କ ବିବାହ, କଂସଙ୍କୁ ବୈବବାଣୀ, କୃଷ୍ଣ ଜନ୍ମ ଆଦି ଦୃଶ୍ୟ ଅଭିନୀତ ହୋଇଥିଲା । ଦରବାରରେ ଅତିଥି ଭାବରେ ଶିକ୍ଷକ ଗୋବିନ୍ଦ ଅଜଗର, ସୋମନାଥ ବରିହା, ଧର୍ମେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗଦାନ କରିଥିଲେ । କାନ୍ତିଲାଲ ଲୁହାର, ପ୍ରସନ୍ନ ସାହୁ, ବିଦ୍ୟାବନ୍ତ ବେହେରା, ଜୟକୃଷ୍ଣ ସାହୁ ଏବଂ ଅନ୍ୟାନ୍ୟ କମିଟିର କାର୍ଯ୍ୟକର୍ତ୍ତା ଦରବାରରେ ସହଯୋଗ କରିଥିଲେ ।

Comments are closed, but trackbacks and pingbacks are open.