ମୋହନଗିରି ସିଆର୍‌ପିଏଫ୍ ବାଟାଲିୟନ ତରଫରୁ ଜନ ସମ୍ପର୍କ ଶିବିର

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅଧୀନସ୍ଥ ଉପାନ୍ତ ଆଦିବାସୀ ମାଓ ପ୍ରବଣ ଅଞ୍ଚଳରେ ସିଆର୍‌ପିଏଫ୍ ସି/୬୪ ଓ ସାଧାରଣ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ଓ ସମନ୍ଵୟ ରଖିବା ପାଇଁ ଦେଢ଼ସୁଳି ଗ୍ରାମ ପଞ୍ଚାୟତର ଚାରି ଗୋଟି ଗ୍ରାମ ଜାମୁଲି, ପଟାଙ୍ଗି, ବାଗବିଲା ଓ କାଲାଦେଇର ଲୋକଙ୍କୁ ଶୀତରୁ ରକ୍ଷା ନିମନ୍ତେ ଶୀତବସ୍ତ୍ର କମ୍ବଳ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବାଟାଲିୟନ କଳାହାଣ୍ଡିର ଦ୍ୱିତୀୟ କମାନ ଅଧିକାରୀ ପ୍ରଶାନ୍ତ କୁମାର ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ମୋହନଗିରି ଫାଣ୍ଡି ଅଧିକାରୀ ରମା ରମଣ ମିଶ୍ର, ଦେଢ଼ଶୁଲି ସରପଞ୍ଚ, ସି ୬୪ କମାଣ୍ଡେଣ୍ଟ ବଳରାମ ଏବଂ ସମସ୍ତ ଜବାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା । ଅନ୍ୟପଟେ ସିଆର୍‌ପିଏଫ୍ ଯବାନଙ୍କ ଏଭଳି କାର୍ଯ୍ୟକ୍ରମକୁ ଦେଖି ଅଞ୍ଚଳବାସୀ ଖୁସି ପ୍ରକଟ କରିବା ସହିତ ଆଗାମୀ ଦିନରେ କାର୍ଯ୍ୟକ୍ରମ ଜାରି ରଖିବାକୁ କହିଥିଲେ ।

jittmm
Leave A Reply

Your email address will not be published.