jsm

ପଣ୍ଡକିଟାଲ ଅପର ପ୍ରାଇମେରୀ ସ୍କୁଲ ଆନୁକୂଲ୍ୟରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

csstore

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଣ୍ଡକିଟାଲ ଅପର ପ୍ରାଇମେରୀ ସ୍କୁଲ ଆନୁକୂଲ୍ୟରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ହାଇସ୍କୁଲର ପ୍ରଧାନ ଶିକ୍ଷକ ହେମସାଗର ବାଘ ଜାତୀୟ ପତାକା ଉତ୍ତୋଳନ କରି ସମବେତ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଜୁନିଅର ରେଡକ୍ରସ କାଉନସିଲର ତଥା ରକ୍ଷକ ସାଧନକର୍ମୀ ତପସ୍ୱିନୀ ଦାଶ, ପରାମର୍ଶଦାତା ଅଶ୍ୱିନୀ କୁମାର ପଧାନ, ଖେଳ ଶିକ୍ଷକ ସାନନ୍ଦ ବାରିକ ଆୟୋଜିତ ହୋଇଥିବା ପ୍ୟାରେଡ ଏବଂ ଗ୍ରାମ ପରିକ୍ରମା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧକାରୀ ଡା. ରାଧାକାନ୍ତ ଗଡତିଆ ଏବଂ ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ଯୋଗଦେଇ ଜିଲ୍ଲା ଜୁନିଅର ରେଡକ୍ରସ ୟୁନିଟ ତରଫରୁ ପଣ୍ଡକିଟାଲ ଗ୍ରାମର ଏକ ଅସହାୟ ବିଧବା ମହିଳାଙ୍କୁ ଶୀତବସ୍ତ୍ର ତଥା ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ । ବରିଷ୍ଠ ଶିକ୍ଷକ ପ୍ରମୋଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ଦେବରାଜ ଭୋଇ, ରୀତା ମେହେର, ଜାହ୍ନବି ଭୋଇ, ପ୍ରମୋଦ ଭୋଇ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.