ଗାଧୋଇବାକୁ ଯାଇ ବ୍ରାହ୍ମଣୀ ନଦୀରେ ବୁଡ଼ିଗଲେ ଦୁଇ ଜଣ

ଓଡାପଡ଼ା : ଢେଙ୍କାନାଳ ଜିଲ୍ଲା ଓଡାପଡ଼ା ବ୍ଲକ ଅନ୍ତର୍ଗତ ନାଧରା ରାମଚଣ୍ଡୀ ପୀଠ ନିକଟସ୍ଥ ବ୍ରାହ୍ମଣୀ ନଦୀରେ ପୁଣି ଅଘଟଣ ଘଟିଛି । ଭୋଜି କରିବାକୁ ଯାଇଥିବା ଏକ କମ୍ପାନୀର କର୍ମଚାରୀମାନେ ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ଦୁଇ ଜଣ ବୁଡ଼ି ଯାଇଛନ୍ତି । ନଦୀକୁଳିଆ ଲୋକେ ସେମାନଙ୍କୁ ଉଦ୍ଧାର କରିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ଟାଟାଷ୍ଟିଲ କର୍ମଚାରୀ ସିଦ୍ଧାର୍ଥ ସିଂଙ୍କୁ ପ୍ରଥମେ ଓଡାପଡ଼ା ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅନ୍ୟ ଜଣକୁ ଓଡାପଡ଼ା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି ।

Leave A Reply

Your email address will not be published.