କୁଆଖାଇ ନଦୀରୁ ଉଦ୍ଧାର ହେଲା ବିରଳ ଆଲବିନୋ କଇଁଛ

ଭୁବନେଶ୍ବର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ପାଣ୍ଡରା ନିକଟସ୍ଥ କୁଆଖାଇ ନଦୀରୁ ଉଦ୍ଧାର ହୋଇଛି ଏକ ବିରଳ କଇଁଛ । ଜଣେ ବ୍ୟକ୍ତି ମାଛ ଧରିବା ଲାଗି ‘ସୂତି’ ପକାଇଥିଲେ । ସକାଳୁ ଦେଖିବା ବେଳେ ସୂତିର କଣ୍ଟାରେ ଲାଗିଛି ଏକ ଅଜବ ରଙ୍ଗର କଇଁଛ । ଏହି କଇଁଛଟିକୁ ଦେଖିବାକୁ ପାଖ ଆଖ ଲୋକଙ୍କର ମଧ୍ୟ ଭିଡ଼ ଜମିଥିଲା । ଖବରପାଇ ସ୍ନେକ ହେଲ୍ପଲାଇନ ସଦସ୍ୟ ଅରମଜିତ ବେହେରା କଇଁଛଟିକୁ ଉଦ୍ଧାର କରି ସ୍ନେକ ହେଲ୍ପଲାଇନ କାର୍ଯ୍ୟାଳୟକୁ ଆଣିଥିଲେ । ସ୍ନେକ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଏହି କଇଁଛଟିକୁ ଏକ ଇକ୍ଷଭସଦ୍ଭକ୍ଟ ଓଦ୍ଭୟସବଦ୍ଭ ଝକ୍ଟଲଗ୍ଧ ଝଷରକ୍ଷକ୍ଷ ଞଙ୍କକ୍ସଗ୍ଧକ୍ଷର ବା ଆଲବିନୋ ଭାରତୀୟ ପଙ୍କୁଆ କଇଁଛ ବୋଲି ଚିହ୍ନଟ କରିଥିଲେ । କଇଁଛଟିର ରଙ୍ଗ ହାଲକା ହଳଦିଆ ରଙ୍ଗର ହୋଇଥିବା ବେଳେ ଆଖି ଦୁଇଟି ଗୋଲାପି ରଙ୍ଗର ହୋଇଛି । ଆଲବିନୋ କଇଁଛ ପ୍ରକୃତରେ ଅତ୍ୟନ୍ତ ବିରଳ । ଆସନ୍ତାକାଲି ଓୟୁଏଟି ଭେଟନାରୀ କଲେଜରେ ଏହାର ସ୍ୱାସ୍ଥ୍ୟ ପରୀକ୍ଷା କରି ବନ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଶୁଭେନ୍ଦୁ ।

Leave A Reply

Your email address will not be published.