oom

ସ୍କୁଟି ସହିତ ଗଞ୍ଜେଇ ଜବତ, ୨ଜଣ ଗିରଫ

jsmm

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଅଞ୍ଚଳରେ ଗୋଟିଏ ସ୍କୁଟି ସହ ଅବକାରୀ ଜାଲରେ ପଡିଛନ୍ତି ଦୁଇ ଜଣ ଗଞ୍ଜେଇ ଚୋରା ଚାଲାଣକାରୀ । ସୂଚନା ମୁତାବକ, ମାଥିଲି ଅଞ୍ଚଳରେ କିଛି ଦିନ ଧରି ଗଞ୍ଜେଇ ଚୋରା ଚାଲାଣ ହେଉଥିବାର ଗୁଇନ୍ଦା ସୂଚନା ମିଳିବା ପରେ ଜିଲ୍ଲା ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ବିମ୍ବାଧର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଏହାକୁ ରୋକିବା ଲାଗି ସକ୍ରିୟ ହୋଇଥିଲା ମାଥିଲି ଅବକାରୀ ଥାନା । ସର୍ଚ୍ଚ ଅପରେସନକୁ ଜୋରଦାର କରାଯିବା ସହ ବିଭିନ୍ନ ଛକରେ ମୁତୟନ ହୋଇ ରହିଥିଲେ ଅବକାରୀ କର୍ମଚାରୀ । ମାଥିଲି ଅବକାରୀ ଥାନାର ଉପ-ନିରୀକ୍ଷକ ରବୀନ୍ଦ୍ର କୁମାର ପ୍ରଧାନଙ୍କ ନେତୃତ୍ୱରେ ଏଏସଆଇ ରାଜୁକୁମାର, ଜେମ୍ସ ସାହୁ, ଗୋବିନ୍ଦ ବେଞ୍ଜିମ ଓ ଅବକାରୀ କର୍ମଚାରୀମାନେ ପୁଲାବେଡା ରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ ସେହି ବାଟେ ଦୁଇ ଜଣ ବ୍ୟକ୍ତି ଏକ ଆକ୍ଟିଭା ସ୍କୁଟିରେ ନେତାଲବନ୍ଧି ଠାରୁ ପୁଲାବେଡା ଗ୍ରାମକୁ ଯାଉଥିଲେ । ଏତିକି ବେଳେ ଅବକାରୀ କର୍ମଚାରୀ ମାନେ ଗାଡିଟିକୁ ଅଟକାଇ ଥିଲେ । ସେ ଦ୍ରୁତଗତିରେ ପଳାଇଥିବାର ଦେଖି ଗୋଡ଼ାଇ ଧରିଥିଲେ, ଗାଡି ଯାଞ୍ଚ କରିବାରୁ ସେଥିରେ ୧୧କେଜି ୫୦୦ ଗ୍ରାମ ଗଞ୍ଜେଇ ବାହାରି ଥିଲା, ବୈପାରିଗୁଡା ଅଞ୍ଚଳର ସଦାଶିବ ପାଙ୍ଗି ଓ କୋଟପାଡ଼ ଅଞ୍ଚଳର ଶୁକ୍ରା ରଣାଙ୍କୁ ଗଞ୍ଜେଇ ଚୋରା ଚାଲାଣ କରିବା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାର ସୂଚନା ଦେଇଛନ୍ତି ମାଥିଲି ଅବକାରୀ ଥାନାର ଉପ ନିରୀକ୍ଷକ ରବୀନ୍ଦ୍ର କୁମାର ପ୍ରଧାନ ।

jittmm
Leave A Reply

Your email address will not be published.