oom

ଜାତୀୟ ଉଠା ଦୋକାନୀ ଦିବସ ପାଳିତ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜାନୁଆରୀ ୨୦ ତାରିଖରେ ନିଆରା ଭାବରେ ପାଳିତ ହୋଇଯାଇଛି ‘ଜାତୀୟ ଉଠା ଦୋକାନୀ ଦିବସ’ । ଏହା ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘ ଦ୍ୱାରା ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ ଭବନଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘ ତଥା ଭୁବନେଶ୍ୱରର ଅନ୍ୟାନ୍ୟ ଭେଣ୍ଡିଂ ଜୋନର ବ୍ୟବସାୟୀ ମାନେ ବହୁଳ ମାତ୍ରାରେ ଯୋଗ ଦେଇଥିଲେ ତଥା ଅନେକ ମହିଳା ଉଠା ଦୋକାନୀ ବ୍ୟବସାୟୀ ମଧ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲା, ଉଠା ଦୋକାନୀ ବ୍ୟବସାୟୀ ଓ କିଛି ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ଦ୍ଵାରା ପ୍ରସ୍ତୁତ ପିଠା, ମିଠା, ଘରକରଣା ଆସବାପତ୍ର ଆଦିର ଷ୍ଟଲ୍ ଗୁଡ଼ିକ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମେୟର, ଶ୍ରୀମତୀ ସୁଲୋଚନା ଦାସ ତଥା ଅନ୍ୟାନ୍ୟ ସମ୍ମାନିତ ଅତିଥି ଭାବେ ଓଡ଼ିଶା ମୋ ପରିବାରର ଆବାହକ, ଅରୁପ ପଟ୍ଟନାୟକ, ଏନ୍‌ୟୁକେବିଏମ୍‌ର ଉପଦେଷ୍ଟା ତଥା ଜୟ ଓଡ଼ିଶାର ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ, ୱାର୍ଡ ନଂ ୧୨ର କର୍ପୋରେଟର ଶ୍ରୀମତୀ ଜୟନ୍ତୀ ସାହୁ, ୨୯ ନଂ ୱାର୍ଡର କର୍ପୋରେଟର ଅପରୂପ ରାଉତ, ମମତା ଯୋଜନାର ଉପଦେଷ୍ଟା ଶ୍ରୀମତୀ ସଂଯୁକ୍ତା ମହାନ୍ତି, ଶ୍ରୀମତୀ ଯଶୋଧରା ପ୍ରଧାନ, ଏନ୍‌ୟୁକେବିଏମ୍‌ର କାର୍ଯ୍ୟକାରିଣୀ ସଭାପତି ଉମାନାଥ ମିଶ୍ର, କାର୍ଯ୍ୟକାରିଣୀ ଉପସଭାପତି ନରେନ ସାହୁ, ଉପଦେଷ୍ଟା ଶ୍ରୀମତୀ ଶର୍ମିଲା ପଟ୍ଟନାୟକ ଉପସ୍ଥିତ ରହି ସଙ୍ଗଠନର ବାର୍ଷିକ ପତ୍ରିକା “ବଞ୍ଚିବାର ଆଶା” ଉନ୍ମୋଚନ କରିବା ସହ କିଛି ସଫଳ ଉଠା ଦୋକାନୀ ବ୍ୟବସାୟୀ ଓ ସହାୟକ ସଦସ୍ୟଙ୍କୁ ସମ୍ମାନିତ କରିଥିଲେ । ଉପସ୍ଥିତ ଥିବା ସମସ୍ତ ଦର୍ଶକଙ୍କ ସହ କିଛି ସମୟ ଅତିବାହିତ କରିଥିଲେ ଓ ସେମାନଙ୍କର ଥିବା କିଛି ଅସୁବିଧା ଓ ତାହାର ସମାଧାନ ସମ୍ବନ୍ଧରେ ଆଲୋଚନା କରିଥିଲେ । ଏନ୍‌ୟୁକେବିଏମ୍‌ ସଭାପତି ଶୁଭ୍ରାଂଶୁ ଶେଖର ପଟ୍ଟନାୟଙ୍କ, ଉପଦେଷ୍ଟା ପ୍ରମୋଦ କୁମାର ମହାପାତ୍ର, ସାଧାରଣ ସମ୍ପାଦକ ମନୋଜ କୁମାର ସ୍ୱାଇଁ, ମନମୋହନ ପଣ୍ଡା, ଧୀରେନ୍ଦ୍ର ସ୍ୱାଇଁ, ମାନସ କୁମାର ମିଶ୍ର, ସୂର୍ଯ୍ୟକାନ୍ତ ସାହୁ ଓ ଅନ୍ୟ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ପରିଚାଳିତ ହୋଇଥିଲା ।

jittmm
Leave A Reply

Your email address will not be published.