oom

ପାର୍ବତୀ ଗିରି ସେବା ସମ୍ମାନରେ ସମ୍ମାନିତ ହେଲା ସଂକଳ୍ପ ପରିବାର

jsmm

ବରଗଡ, (ନିରୋଜ କୁମାର ପାଣୀ) : ମହାନ ସ୍ୱାଧୀନତା ସଂଗ୍ରାମୀ, ବିଶିଷ୍ଟ ସମାଜସେବୀ ପାର୍ବତୀ ଗିରି (୧୯ ଜାନୁଆରୀ ୧୯୨୬- ୧୯୯୫)ଙ୍କ ୯୭ତମ ଜନ୍ମ ଜୟନ୍ତୀ ଅବସରରେ ତାଙ୍କର ଜନ୍ମମାଟି ସମଲେଇପଦର ଗ୍ରାମରେ ପାର୍ବତୀ ଗିରିଙ୍କ ନାମରେ ଗଢି ଉଠିଥିବା ପାର୍ବତୀଗିରି ବୃଦ୍ଧାଶ୍ରମରେ ଆଜି ସାମାଜିକ ଅନୁଷ୍ଠାନ “ସଂକଳ୍ପ ପରିବାର”କୁ ଚଳିତ ବର୍ଷର “ପାର୍ବତୀ ଗିରି ସେବା ସମ୍ମାନ”ରେ ମନ୍ତ୍ରୀ ରୀତା ସାହୁଙ୍କ କରକମଳରେ ସମ୍ମାନିତ କରାଯାଇଛି । ଠିକ୍‌ ସେହିପରି ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲରେ ଏଚିଭର ଫାଉଣ୍ଡେସନ୍‌ ତରଫରୁ ପାଳନ କରାଯାଉଥିବା ୯୭ତମ ଜନ୍ମ ଜୟନ୍ତୀ ସମାରୋହରେ ସଂକଳ୍ପ ପରିବାରକୁ “ସେବା ସମ୍ମାନ”ରେ ସମ୍ମାନିତ କରାଯାଇଥିଲା । ସଂକଳ୍ପ ପରିବାର ପ୍ରତି ଆପଣ ମାନଙ୍କ ଭଲପାଇବା ଆମର କର୍ତ୍ତବ୍ୟକୁ ଆହୁରି ବଢାଇ ଦେଇଛି । ବଡ ମା’ ପାର୍ବତୀ ଗିରିଙ୍କ ସେବା କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆଗାମୀ ଦିନରେ ଆହୁରି ଉତ୍ସାହର ସହିତ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିବ ସଂକଳ୍ପ ପରିବାର ଏହା ଆମର ଆଶା ଓ ବିଶ୍ୱାସ । ଆଜି ତାଙ୍କର ୯୭ତମ ଜନ୍ମ ଜୟନ୍ତୀ ଅବସରରେ ସାମାଜିକ ଅନୁଷ୍ଠାନ “ସଂକଳ୍ପ ପରିବାର” ତରଫରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଛାତ୍ରଛାତ୍ରୀଙ୍କ ପାଠ୍ୟ ପୁସ୍ତକରେ “ପାର୍ବତୀ ଗିରିଙ୍କ” ଜୀବନୀକୁ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କଠାରେ ସଂକଳ୍ପ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି ।

jittmm
Leave A Reply

Your email address will not be published.