ଦ୍ୱିତୀୟ ଜିଲ୍ଲାସ୍ତରୀୟ ଆଧାର ପରିଚାଳନା କମିଟି ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଦ୍ୱିତୀୟ ଜିଲ୍ଲାସ୍ତରୀୟ ଆଧାର ପରିଚାଳନା କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସୂର୍ଯ୍ୟନାରାୟଣ ଦାଶ, ଅତିରିକ୍ତ ଜିଲ୍ଲାପାଳ, ସୁବର୍ଣ୍ଣପୁର ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ବୈଠକରେ କମିଟିର ସମସ୍ତ ସଭ୍ୟ ଓ ସଭ୍ୟା ସହିତ ସୌମ୍ୟରଞ୍ଜନ ସିଂ, ସହକାରୀ ପରିଚାଳକ, ୟୁଆଇଡିଏଆଇ, ଓଡିଶା ଶାଖା ଉପସ୍ଥି୍‌ତ ଥିଲେ । ବୈଠକରେ ଆଧାର ପଞ୍ଜିକରଣ, ଡେମୋଗ୍ରାଫି/ ବାୟୋମେଟ୍ରିକ ଓ ଡୋକ୍ୟୁମେଣ୍ଟ ଅପ୍‌ଡେସନ ବିଷୟରେ ଆଲୋଚନା କରାଯାଇଥିଲା ।

ଆଧାର ନମ୍ବର ହେଉଛି ଆମର ପରିଚୟ ପ୍ରମାଣ ତତ ସହ ଆଧାର କାର୍ଡ ଆମର ଭବିଷ୍ୟତର ଚାବିକାଠି ସଦୃଶ୍ୟ । ଏଣୁ ସମସ୍ତ ଜନସାଧାରଣ ନିଶ୍ଚିତ ଭାବେ ନିଜ ନିଜର ଆଧାର ପଞ୍ଜିକରଣ, ସଂଶୋଧନ କରିବାକୁ ପରାମର୍ଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦାଶ । ଏଥିପାଇଁ ଆପଣ ଥରେ ପଞ୍ଜିକରଣ କରିବା ପରେ ଇଲେକ୍ଟ୍ରୋନିକ ମାଧ୍ୟମ ବ୍ୟବହାର କରି କିମ୍ବା ଅଫ୍‌ ଲାଇନ୍‌ ଯାଞ୍ଚ ମାଧ୍ୟମରେ ଆପଣଙ୍କର ପରିଚୟକୁ ଏକାଧିକ ଥର ପ୍ରମାଣିକରଣ ଏବଂ ପ୍ରତିଷ୍ଠା କରିବା ପାଇଁ ଆଧାର ନମ୍ବର ବ୍ୟବହାର କରି ପାରିବେ । ସୁବର୍ଣ୍ଣପୁର ଜିଲ୍ଲାରେ ଆଧାର ପଞ୍ଚିକରଣ, ଡେମୋଗ୍ରାଫି/ବାୟୋମେଟ୍ରିକ୍‌ ଓ ଡକ୍ୟୁମେଣ୍ଟ ଅପ୍‌ଡେସନ୍‌କୁ ତ୍ୱରାନ୍ୱିତ କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ବ୍ୟବସ୍ଥିତ ଓ ସୁନିଶ୍ଚିତ କରିବା ନିମନ୍ତେ ଆଧାର ଅପ୍‌ଡେଟ୍‌ ଓ ଡକ୍ୟୁମେଣ୍ଟ ଅପ୍‌ଡେସନ୍‌ କରାଇବା ପାଇଁ ପ୍ରତି ଗ୍ରାମ ପଞ୍ଚାୟତରେ ୭ ଦିନିଆ କାର୍ଯ୍ୟକ୍ରମ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବା, ପ୍ରତି ପିଡିଏସ୍‌ କେନ୍ଦ୍ରରେ ଆଧାର ଅପରେଟର୍‌ ମାନଙ୍କୁ ନିଯୁକ୍ତି କରିବା । ସିଭିଲ୍‌ ସପ୍ଲାଇ ଅଫିସର ଓ ସମସ୍ତ ବ୍ଲକସ୍ତରୀୟ ଏମ୍‌ଆଇମାନଙ୍କ ସହିତ ବୈଠକ କରି ଆଧାର ପଞ୍ଜିକରଣ ଓ ଡେମୋଗ୍ରାଫି/ବାୟୋମେଟ୍ରିକ ଅପ୍‌ଡେସନ୍‌କୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନେବା, ପୁନଶ୍ଚ ସମସ୍ତ ଶିକ୍ଷକ ଓ ସ୍କୁଲ ଷ୍ଟାଫ୍‌ମାନଙ୍କର ଡେମୋଗ୍ରାଫି/ବାୟୋମେଟ୍ରିକ୍‌ ଓ ଡକ୍ୟୁମେଣ୍ଟ ଅପ୍‌ଡେସନ୍‌ କରାଇବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ, ସୋନପୁର ଓ ସମସ୍ତ ସିଡିପିଓ ଷ୍ଟାଫ୍‌ ଓ ଅଙ୍ଗନୱାଡି ୱାର୍କର ମାନଙ୍କର ଡେମୋଗ୍ରାଫି/ବାୟୋମେଟ୍ରିକ୍‌ ଓ ଡକ୍ୟୁମେଣ୍ଟ ଅପ୍‌ଡେସନ୍‌ କରାଇବା ପାଇଁ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ, ସୋନପୁରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୁନଶ୍ଚ ସମସ୍ତ ଅଫିସ ଷ୍ଟାଫ୍‌ ମାନଙ୍କର ଡେମୋଗ୍ରାଫି/ବାୟୋମେଟ୍ରିକ୍‌ ଓ ଡକ୍ୟୁମେଣ୍ଟ ଅପ୍‌ଡେସନ୍‌ କରାଇବା ପାଇଁ ସମସ୍ତ ଅଫିସକୁ ନିର୍ଦ୍ଦେଶ ଦିଆଯାଇଛି । ଜନ ସାଧାରଣଙ୍କର ଆଧାର ଅପ୍‌ଡେଟସ୍‌ ସଚେତନ ସୂଚନା ପାଇଁ ବିଭିନ୍ନ ମାଧ୍ୟମ(ବିଭିନ୍ନ ବୈଠକରେ ଆଲୋଚନା କରିବା, ବେନର, ପୋଷ୍ଟର, ଫେସ୍‌ବୁକ୍‌, ଟ୍ୱିଟର, ହ୍ୱାର୍ଟସପ୍‌ ଗୃପ୍‌)ରେ ବହୁଳ ପ୍ରଚାର ପ୍ରସାର କରାଇବା ସହିତ ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣି ବୈଠକରେ ଜନ ସାଧାରଣଙ୍କର ସଚେତନ ସୂଚନା ପାଇଁ ଆଧାର ଅପ୍‌ଡେଟ୍‌ ବିଷୟରେ ଆଲୋଚନା କରିବାକୁ ପରାମର୍ଶ ଦିଆଯାଇଛି । ଆଧାର ପଞ୍ଜିକରଣ, ଡେମୋଗ୍ରାଫି/ବାୟୋମେଟ୍ରିକ୍‌ ଓ ଡକ୍ୟୁମେଣ୍ଟ ଅପ୍‌ଡେସନ୍‌କୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ପିଆର୍‌ଆଇ ସଭ୍ୟ ଓ ସଭ୍ୟାମାନଙ୍କୁ ନେଇ ଏକ ବୈଠକ କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.

error: Content is protected !!