ପୋଢଛାପର ଛକଠାରେ ଛିଡା ହୋଇଥିବା ଟ୍ରକରେ ପିଟି ହେଲା ବରଯାତ୍ରୀ ଗାଡି : ୫ ଗୁରୁତର, ୫ ଆହତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ-ବେଲପଡା ପୋଢଛାପର ଛକଠାରେ ଛିଡା ହୋଇଥିବା ଟ୍ରକରେ ପିଟି ହେଲା ବରଯାତ୍ରୀ ଗାଡି ଫଳରେ ୫ ଜଣ ଗୁରୁତର ଥିବା ବେଳେ ୫ ଜଣ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବରଗଡ ଜିଲ୍ଲା ଲଚିଦା ଗ୍ରାମର ଏକ ବରଯାତ୍ରୀ ଦଳ ବେଲପଡା ଅଞ୍ଚଳକୁ ବରଯାତ୍ରୀ ଯାଇଥିଲେ । ତେବେ ବିଳମ୍ବିତ ରାତ୍ରିରେ ଏକ ୱିଙ୍ଗରରେ ଫେରୁଥିବା ବେଳେ ରାସ୍ତାକଡରେ ଛିଡା ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲେ ୱିଙ୍ଗରେ ଥିବା ୧୦ ଜଣଙ୍କ ଭିତରୁ ୫ ଜଣ ଗୁରୁତର ହୋଇଥିବା ବେଳେ ୫ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଗୁରୁତର ମାନଙ୍କ ମଧ୍ୟରୁ ୩ ଜଣ ଗୁରୁତରଙ୍କୁ ବଲାଙ୍ଗିର ଜିଲ୍ଲା ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଅନ୍ୟ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବୁର୍ଲା ମେଡିକାଲକୁ ସ୍ତାନାନ୍ତର କରାଯାଇଥିବା ଜଣାପଡିଛି । ଘଟଣାର ଖବର ପାଇ ବେଲପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.