ବଲାଙ୍ଗିର ଉପଖଣ୍ଡସ୍ତରୀୟ ଲୋକଉତ୍ସବ ଟାଉନ ହଲଠାରେ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ ହଲଠାରେ ବଲାଙ୍ଗିର ଉପଖଣ୍ଡସ୍ତରୀୟ ଲୋକଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକମାନେ ବିମୋହିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଏସ୍‌ପି ନୀତିନ କୁଶଳକର, ଉପଜିଲ୍ଲାପାଳ କୁମାର ନାଗଭୂଷଣ, ସ୍ତ୍ରୀ ତଥା ପ୍ରସୂତୀ ରୋଗ ବିଶେଷଜ୍ଞ ତଥା କଳାକାର ଡା.ରୁଦ୍ରନାରାୟଣ ପଟେଲ, କଳାକାର ଅଶୋକ ଥନାପତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଗ୍ରାମାଞ୍ଚଳରୁ ଆସିଥିବା ବିଭିନ୍ନ କଳାକାର ଓ ସାଂସ୍କୃତିକ ସଙ୍ଗଠନ ତରଫରୁ କଳା ପ୍ରଦର୍ଶନ ହୋଇଥିଲା । ସେହିପରି କଳା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.