ପାକିସ୍ତାନରେ ଏକ କିଲୋଗ୍ରାମ ଅଟାର ମୂଲ୍ୟ ୨୦୦ ଟଙ୍କା

ଇସ୍‌ଲାମାବାଦ : ପାକିସ୍ତାନରେ ଅଟା, ଡାଲି, ଚାଉଳ ଏବଂ ଚିନି ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ଅସମ୍ଭାଳ ଭାବେ ବଢ଼ିଛି । ପାକିସ୍ତାନୀ ଲୋକମାନେ ଏବେ ଭୋକରେ ବିକଳ । କାଶ୍ମୀର ପାଇବାକୁ ସ୍ୱପ୍ନ ଦେଖୁଥିବା ପାକିସ୍ତାନକୁ ଘମାଘୋଟ ଦାରିଦ୍ର୍ୟ ଘାରିଛି । ପରିସ୍ଥିତି ଏପରି ଯେ, ଏଠାରେ ଅଟା ମଧ୍ୟ କିଲୋଗ୍ରାମ ପିଛା ୨୦୦ ଟଙ୍କାରେ ବିକ୍ରି ହେଉଛି । ଶ୍ରୀଲଙ୍କାର ଅବସ୍ଥା ଅପେକ୍ଷା ପାକିସ୍ତାନର ଅବସ୍ଥା ଆହୁରି ଖରାପ ହେବାକୁ ଯାଉଛି । ଏଠାକାର ଲୋକଙ୍କୁ ଭୋକରୁ ରକ୍ଷା କରିବା ପାଇଁ ପାକିସ୍ତାନ ସମଗ୍ର ବିଶ୍ୱରେ ହାତ ପାତି ଭିକ୍ଷା ମାଗୁଛି । ସବୁଠାରୁ ବଡ଼ ବିସ୍ମୟକର କଥା ହେଉଛି, ଯେଉଁ ଭାରତ ସହିତ ପାକିସ୍ତାନ ସମାନ ହେବା ପାଇଁ ସ୍ୱପ୍ନ ଦେଖେ, ସେଠାରେ ଅଟା ମାତ୍ର ୩୦ ରୁ ୩୫ ଟଙ୍କା ମୂଲ୍ୟରେ ମିଳୁଛି ଏବଂ ଅର୍ଥନୀତି ମଧ୍ୟ ଏକ ବଳିଷ୍ଠ ରହିଛି ।

Leave A Reply

Your email address will not be published.