jayashree

ଡ. କ୍ଷମା ଦ୍ୱିବେଦୀଙ୍କୁ ମଦନମୋହନ ମାଲବିୟ କେବଲସଚ୍‌ ସମ୍ମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବେଲପଡା ନବୋଦୟ ବିଦ୍ୟାଳୟରେ କଳା ଶିକ୍ଷୟିତ୍ରୀ ଥିବା ଡ. କ୍ଷମା ଦ୍ୱିବେଦୀଙ୍କୁ ନୂଆଦିଲ୍ଲୀଠାରେ ସ୍ୱାଧିନତା ସଂଗ୍ରାମୀ ତଥା ଭାରତରତ୍ନ ପଣ୍ଡିତ ମଦନମୋହନ ମାଲବିୟ କେବଲସଚ୍‌ ସମ୍ମାନରେ ସମ୍ମାନିତ କରାଯାଇଥିବା ଜଣାପଡିଛି । ଚିତ୍ରକଳା କ୍ଷେତ୍ରରେ ଉକୃଷ୍ଟତା ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯାଇଛି । ମିଡିଆ ଅରଗାନାଇଜେସନ କେବଲ ସଚ୍‌ଗ୍ରୁପ ତରଫରୁ ନୂଆଦିଲ୍ଲୀର କଣ୍ଟିଚ୍ୟୁସନ କ୍ଲବ ଅପ୍‌ ଇଣ୍ଡିଆର ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ତଥା ଭାଜପାର ଜାତୀୟ ପ୍ରବକ୍ତା ଡ.ସୁଧାଂଶୁ ତ୍ରୀବେଦୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଡ. ଦ୍ୱିବେଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ସମ୍ମାନିତ ଅତିଥି ଭାବରେ ବିହାର ରାଜ୍ୟ ସରକାରଙ୍କ ଶିଳ୍ପ ମନ୍ତ୍ରୀ ସମୀର କୁମାର ମହାସେଠ, ଭାଜପାର ନେସନାଲ ମିଡିଆ ଇନଚାର୍ଜ ତଥା ବିହାରର ବିଧାୟକ ସଂଜୟ ମାୟୁଖ, ଦିଲ୍ଲୀର ପୂର୍ବତନ ମନ୍ତ୍ରୀ କପିଲ ମିଶ୍ର ଯୋଗ ଦେଇଥିଲେ । ଡ. ଦ୍ୱିବେଦୀ ଉତ୍ତରପ୍ରଦେଶ ରାଜ୍ୟର ଅଯୋଧ୍ୟାର ମୂଳନିବାସୀ ହୋଇଥିବା ବେଳେ ବର୍ତ୍ତମାନ ବଲାଙ୍ଗିର ଜିଲ୍ଲା ନବୋଦୟ ବିଦ୍ୟାଳୟରେ କଳା ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି । ସେ ଲକ୍ଷ୍ନୌ ଆର୍ଟ କଲେଜରୁ ସ୍ନାତକ, ବମ୍ବେ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଓ ଛତିଶଗଡ ଖଇରାଗଡ ଇନ୍ଦିରା କଳାସଂଗୀତ ବିଶ୍ୱବିଦ୍ୟାଳୟରୁ ପିଏଚଡି ହାସଲ କରି ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇସାରିଛନ୍ତି ।

Leave A Reply

Your email address will not be published.