ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସରକାରୀ ମହାବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀମାନେ ନିଜ କଲେଜରେ ଅହେତୁକ ଫିସ୍ ବୃଦ୍ଧିକୁ ନେଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଧାରଣାରେ ବସିଥିବା ଛାତ୍ରଛାତ୍ରୀଙ୍କ କହିବାନୁସାରେ, ପୂର୍ବରୁ କଲେଜରେ ୨୫୦ ଟଙ୍କା ନେଉଥିବା ବେଳେ ହଠାତ୍ ଏଜୁକେସନ ବିଭାଗର ଛାତ୍ରଛାତ୍ରୀମାନଙ୍କ ପାଇଁ ୧୧୮୦ ଓ ଅନ୍ୟ ବିଭାଗର ଛାତ୍ରଛାତ୍ରୀମାନଙ୍କ ପାଇଁ ୧୧୩୦ ଟଙ୍କା ନେଉଛନ୍ତି । ତେବେ ଏହା କ’ଣ ପାଇଁ ପଚାରିବାରୁ କଲେଜର ବିକାଶ ପାଇଁ ନିଆଯାଉଛି ବୋଲି କଲେଜ ପକ୍ଷରୁ କୁହାଯାଇଛି । ହେଲେ ଏଠି କୌଣସି ବିକାଶ ହେଉ ନଥିବା କହିଛନ୍ତି ଧାରଣାରେ ବସିଥିବା ଛାତ୍ରଛାତ୍ରୀମାନେ ।