jayashree

ବରଗଡ ଧନୁଯାତ୍ରାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ପୋଲିସ ମାଡ ମାରିବା ଘଟଣାକୁ ପାଇକମାଲ ସାମ୍ବାଦିକ ସଂଘର ନିନ୍ଦା : ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡରେ ଶୁକ୍ରବାର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଚାଲିଥିବା ସମୟରେ ରାତ୍ରିରେ ବଦ୍ରି ପ୍ରସାଦ ସାହୁ ନାମକ ଜଣେ ସାମ୍ବାଦିକଙ୍କୁ ପୋଲିସ ମାଡ ମାରି ମାରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ଶନିବାର ପାଇକମାଲ ସାମ୍ବାଦିକ ସଂଘର ଏକ ବୈଠକ ବଡ ଶତପଥିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପୋଲିସର ସାମ୍ବାଦିକଙ୍କୁ ମାଡ ମାରିଥିବା ଘଟଣାକୁ ନିନ୍ଦା କରାଯାଇଛି । ପାଇକମାଲ ସାମ୍ବାଦିକ ସଂଘ ତରଫରୁ ଦୋଷୀ ପୋଲିସମାନଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ପାଇକମାଲ ବିଡିଓ ସୁରେନ୍ଦ୍ର ସାହୁଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ର ପ୍ରଦାନ ସମୟରେ ସାମ୍ବାଦିକ ସୁରଥ ସାହୁ, ବଡ ଶତପଥୀ, ଗୌରାଙ୍ଗ ଦାସ, ଧିରେନ ମହାନ୍ତି, ମାନସ ନାୟକ, ସୁମନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.