
ମୁରିବାହାଲ, (କେପିଏନ୍ଏସ୍) : ମୁରିବାହାଲ ବ୍ଲକ ଇଚ୍ଛାପଡା ପଞ୍ଚାୟତ ଭଣ୍ଡାରବାଞ୍ଜି ଗାଁର ଚାଷୀ ଉଦ୍ଧବ ମାଝୀଙ୍କ ଖଳାରେ ଗଚ୍ଛିତ ଥିବା ଧାନଖରି ଜଳିଯାଇଛି । ଖବର ପାଇ ମୁରିବାହାଲ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସେତେବେଳକୁ ୯୦ ପ୍ରତିଶତ ଧାନ ପୋଡି ପାଉଁଶ ହୋଇଯାଇଥିଲା । ସମିତି ସଭ୍ୟ ତୋଫାନ ନାଗ ଘଟଣାସ୍ଥଳକୁ ପହଞ୍ଚି ଚାଷୀଙ୍କୁ ଆଶ୍ୱାସନା ଦେଇଥିଲେ । ତୁରନ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବୀ କରିଥିଲେ ।