ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଠକେଇ ଅଭିଯୋଗରେ ୪ ଜଣଙ୍କୁ ଛତ୍ରପୁର ପୋଲିସ ଗିରଫ କରିଥିବା ଜଣାପଡିଛି । ସେମାନେ କେତେବେକେ କେଉଁଠି ଆଉ କ’ଣ କରିଛନ୍ତି, ତାହା ପୋଲିସର ତଦନ୍ତ ପରିସରଭୁକ୍ତ ଅଛି । ସୂଚନାଯୋଗ୍ୟ ଯେ, ଏମାନେ ୪ ଜଣ ରାତାରାତି ଏଭଳି ବ୍ଲାକ ବିଜିନେସ୍ କରି କୋଟିପତି ହୋଇଯିବେ ବୋଲି ଫିଲଡ଼ ତିଆରି କରିଥିଲେ । ଯାହାକି ଜଣେ ଜିଏସଟି ଅଧିକାରୀ କହି ମାଲନେଇ ଆସୁଥିବା ଏକ ଟ୍ରକ ଚାଳକଙ୍କ ଠାରୁ ଅର୍ଥ ଜୋରିମାନା ପକାଇ ଫୋନ-ପେ ମାଧ୍ୟମରେ ୧ ଲକ୍ଷ ୪୦ ହଜାର ଟଙ୍କା ଲୁଟି ନେଇଥିଲେ । ଏହି କେଶରେ ଆଉ ତିନିଜଣ ମଧ୍ୟ ସମ୍ପୃକ୍ତ ଥିବା ଜଣାପଡିଛି । ସେମାନେ ହେଲେ ସିମାଞ୍ଚଳ ପଣ୍ଡା(୫୮), ସୁଶାନ୍ତ କୁମାର ଦଳେଇ ଓରଫ ଦୀପୁ(୩୫), ଦେବାଶିଷ ପଟ୍ଟନାୟକ ଓରଫ ଜଗା(୩୦) ଓ ଟି.ଗୋପାଳ ରାଓ(୨୭) ନାମରେ ଅଭିଯୋଗ ହୋଇଛି । ସିମାଞ୍ଚଳଙ୍କ ଘର ଗୋଶାଣୀ ନୂଆଗାଁ, ବ୍ରହ୍ମପୁର ହୋଇଥିବା ବେଳେ ସୁଶାନ୍ତଙ୍କ ଘର ଜେଲ ରୋଡ଼, ବଜରଙ୍ଗ ନଗର, ଛତ୍ରପୁର, ଦେବାଶିଷଙ୍କ ଘର ନିଉ ବ୍ୟାଙ୍କ କଲୋନୀ, ଛତ୍ରପୁର, ଟି.ଗୋପାଳ ରାଓଙ୍କ ଘର ଜେଲ ରୋଡ଼, ବଜରଙ୍ଗ ନଗର ଛତ୍ରପୁର ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
ଏମାନଙ୍କଠାରୁ ୧ ଲକ୍ଷ ୪୦ ହଜାର ଟଙ୍କା, ବ୍ୟବସାୟ କରୁଥିବା ୬୦ ପେକେଟ ପାନମସଲା, ଦୁଇଟି କାର, ୫ଟି ମୋବାଇଲ ଫୋନ ଆଦି ଜବତ କରାଯାଇଛି । ଜଣେ ଆନ୍ଧ୍ର ଗାଡ଼ି ଟ୍ରକ ଚାଳକଙ୍କୁ ଧମକ୍ ଦେଇ ନିଜକୁ ଜିଏସଟି ଅଧିକାରୀ କହି ଫାଇନ ଆଦାୟ କରିଥିଲେ । ଏ ସମ୍ପର୍କରେ ଟ୍ରକ ଚାଳକ ଏମ୍. ରମେଶ ଛତ୍ରପୁର ଥାନାରେ ଅଭିଯୋଗ କରିଥିଲେ । ଘଟଣା ସମ୍ପର୍କରେ ଗତ ୨୧ ତାରିଖ ଅପରାହ୍ଣ ୪ ଘଣ୍ଟାରେ ଆସିଥିବା ଅଭିଯୋଗ କ୍ରମେ ଏହକୁ ଭିତ୍ତିକରି ଛତ୍ରପୁର ଉଜ୍ଵଳେଶ୍ୱର ମନ୍ଦିର ରେଳବାଇ ଓଭରବ୍ରିଜ ନିକଟରେ ଧରିବାରେ ଛତ୍ରପୁର ଥାନା କର୍ତ୍ତୃପକ୍ଷ ସଦଳବଳେ ସଫଳ ହୋଇଥିଲେ । ସୋମବାର ଏ ସମ୍ପର୍କରେ ଏକ ପ୍ରେସ୍ ମିଟ ମାଧ୍ୟମରେ ଛତ୍ରପୁର ଆଦର୍ଶ ଥାନାରେ ପୋଲିସ ସବିଶେଷ ବିଷୟରେ କହିଛନ୍ତି । ଘଟଣା ସମ୍ପର୍କରେ ଛତ୍ରପୁର ପୋଲିସ ତଦନ୍ତ ଜାରି ରଖିଛନ୍ତି ।