oom

ସହରାଂଚଳ ସ୍ୱାସ୍ଥ୍ୟକେନ୍ଦ୍ର, ଶାସ୍ତ୍ରୀନଗର ପକ୍ଷରୁ ପେଲେସ ଲାଇନଠାରେ ଅଣସଂକ୍ରମଣ ରୋଗ ଚିହ୍ନଟ ଶିବିର ଆୟୋଜିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ମୀନା ଟେଣ୍ଟ ହାଉସ, ପେଲେସଲାଇନଠାରେ ମିନା ଟେଣ୍ଟଙ୍କ ସହଯୋଗ କ୍ରମେ ଜିଲ୍ଲା ସହରାଞ୍ଚଳ ପ୍ରାଥମିକ କେନ୍ଦ୍ର (ୟୁପିଏଚ୍‌ସି) ତଥା ଓଡିଶା ସରକାରଙ୍କ ପରିବାର କଲ୍ୟାଣ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ- ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ତରଫରୁ ଏକ ଅଣସଂକ୍ରମଣ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା ଯେଉଁଠି ସହର ମଧ୍ୟରେ ଥିବା ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଏଠି ତାଙ୍କ ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା ମାନ ଯଥା ଉଚ୍ଚ ଓ ନିମ୍ନ ରକ୍ତଚାପ, ମଧୁମେହ, ସଠିକ୍‌ ଉଚ୍ଚତା, ଓଜନ ଓ ବିଶେଷ ଭାବରେ କ୍ୟାନ୍ସର, ଭଳି ମାରାତ୍ମକ ବ୍ୟାଧିକୁ ଚିହ୍ନଟ କରି ତାଙ୍କ ପାଇଁ ଉଚିତ ପରାମର୍ଶ ଓ ଉପଯୁକ୍ତ ନିର୍ଦ୍ଧାରିତ ସ୍ଥାନକୁ ପ୍ରେରଣ କରାଇବାକୁ ପରାମର୍ଶ ଦିଆଯାଇଥିଲା । ଉପରୋକ୍ତ ଶିବିରରେ ସର୍ବମୋଟ ଏକ ଶହ ସତୁରିରୁ ଅଧିକ ଜନସାଧାରଣ ଆସି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଥିଲେ ଓ ସଠିକ୍‌ ଔଷଧ ଗ୍ରହଣ କରିଥିଲେ । ଉପରୋକ୍ତ ଶିବିର ଏକ ଉପଯୋଗୀ ଶିବିର ଯେଉଁଠି ଆମ ଅଂଚଳର ବ୍ୟକ୍ତି ବିଶେଷ ସ୍ୱାସ୍ଥ୍ୟ ପ୍ରତି ସାମାନ୍ୟ ସତର୍କତା ଅବଲମ୍ବନ କଲେ ଅନେକ ଗୁରୁତର ବ୍ୟାଧିରୁ ମୁକୁଳି ଯାଇ ପାରିବେ ବୋଲି ସ୍ୱାସ୍ଥ୍ୟ ଶିବିରରେ ଡା. ଦିବ୍ୟ କିଶୋର ପତି (ଏଡିଏମ୍‌ଓ ପିଏଚ୍‌) ଓ ରାମାନୁଜ ପଣ୍ଡା ଏପିଏମ୍‌(ଏନ୍‌ଏଚ୍‌ଏମ୍‌) ଜଣାଇ ଥିଲେ । ପେଲେସଲାଇନ ଦୁର୍ଗା ମଣ୍ଡପର ଅନେକ ସଦସ୍ୟ ତାଙ୍କ ନିଜ ସ୍ୱାସ୍ଥ୍ୟକୁ ପରୀକ୍ଷା କରିବାରେ ସଫଳ ହୋଇ ପାରିଥିବା ହେତୁ ଓ ଆସନ୍ତା ଦିନରେ ଏଭଳି ସ୍ୱାସ୍ଥ୍ୟ ଚିକିତ୍ସାକୁ ଆହୁରି ବ୍ୟାପକ କରାଯିବା ଆବଶ୍ୟକ ବୋଲି ସଂଘ ତରଫରୁ ମତ ପ୍ରକାଶ ପାଇଥିଲା । ଉକ୍ତ ଶିବିରରେ ସତ୍ୟ ରଞ୍ଜନ ମିଶ୍ର ଓ ରବି ରଞ୍ଜନ ପୂଜାରୀ (ନିର୍ଦ୍ଧେଶକ, ଚେୟାରମେନ ପିସ ଊନୀସନ) ଯୋଗଦାନ କରି ଏହିଭଳି ଅନେକ ଶିବିର ଆୟୋଜନ ପାଇଁ ନିଜ ମତ ପ୍ରକାଶ କରିଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡା. ଆଶିଷ ବିଶ୍ୱାସ, ଜାତୀୟ ସ୍ୱାସ୍ଥ୍ୟ ମିଶନର ସହଯୋଗୀ ମେନେଜର ରାମାନୁଜ ପଣ୍ଡା ଯୋଗଦାନ କରି ଏହି ସ୍ୱାସ୍ଥ୍ୟ ପରୀକ୍ଷାର ବିଶେଷତ୍ୱ ସମ୍ପର୍କରେ ସଭିଁଙ୍କୁ ସୂଚନା ଦେଇଥିଲେ । ଉପରୋକ୍ତ ଶିବିରରେ ଡା. ସଂଧ୍ୟାରାଣୀ ବିଶ୍ୱାସ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଶାସ୍ତ୍ରୀନଗରର ସୁଶ୍ରୀ ରେଖା ଅଗ୍ରୱାଲ ଡାଟା ମ୍ୟାନେଜର (ୟୁପିଏଚ୍‌ସି) ସୁଶ୍ରୀ ରୋନି ବଗର୍ତି (ଫାର୍ମାସିଷ୍ଟ), ଶ୍ରୀମତୀ ମାମି ସିଂଦେଓ, ଶ୍ରୀମତୀ ରୋଜାଲିନା ହୋତା (ନର୍ସିଂ), ଶ୍ରୀମାନ ସତ୍ୟବ୍ରତ ପଧାନ (ଏଲ୍‌ଟି), ମଣିଭଦ୍ର ସାହୁ, ଅଞ୍ଜଳୀ ନାଗ, ବିପିନ ବିହାରୀ ସେଟ, ଦାଶରଥି ପଧାନ ଇତ୍ୟାଦିଙ୍କ ସହ ମୀନା ଟେଣ୍ଟ ହାଉସର ସଭ୍ୟ ଗଣ ଏହି ଅଣସଂକ୍ରମଣ ସ୍ୱାସ୍ଥ୍ୟ ଶିବିରକୁ ସଫଳ କରାଇବାରେ ସହାୟକ ହୋଇଥିଲେ ।

jittmm
Leave A Reply

Your email address will not be published.